ପରିବା ମଞ୍ଜିରେ ‘ରାକ୍ଷୀ’ ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା

ନୂଆଦିଲ୍ଲୀ: ମଣିଷ ଭିତରେ ପ୍ରତିଭା ଥିଲେ ତାହା କୌଣସି ନା କୌଣସି ଉପାୟରେ ପ୍ରତିଫଳିତ ହୋଇଥାଏ। ନିକଟରେ ଛତିଶଗଡ଼ର କିଛି ମହିଳା ଏମିତି କିଛି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳାମାନେ ଛତିଶଗଡ଼ର ଏକ ସେଲଫ ହେଲଫ ଗ୍ରୁପର ସଦସ୍ୟ। ଏହି ମହିଳାଙ୍କ ପ୍ରତିଭା ରାକ୍ଷୀ ପୂର୍ଣ୍ଣିମାକୁ ସ୍ବତନ୍ତ୍ର କରି ଦେଇଛି।

ଏହି ମହିଳାମାନେ ପନିପରିବା ମଞ୍ଜି, ଧାନ ଓ ବାଉଁଶରେ ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀରେ ପରିବେଶକୁ କ୍ଷତି ପହଞ୍ଚାଇଲା ଭଳି କୌଣସି ପ୍ରକାର ସାମଗ୍ରୀ ବ୍ୟବହାର କରାଯାଇ ନାହିଁ।

 

ଏହି ଗ୍ରୁପର ଜଣେ ସଦସ୍ୟ ଲତା ସାହୁଙ୍କ କହିବାନୁସାରେ, ଗତବର୍ଷ ବି ୫୦୦୦ ରାକ୍ଷୀ ତିଆରି କରିଥିଲେ। ଏହାଦ୍ବାରା ସେମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହୋଇଥିଲା। ଏହି ବର୍ଷ ମହିଳାମାନେ ମିଶି ଏଯାବତ ୯୦,୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିଛନ୍ତି। ରାକ୍ଷୀପୂର୍ଣ୍ଣିମାକୁ ଆହୁରି ଅନେକ ଦିନ ବାକି ଥିବା ବେଳେ ଏବେ ବି ଆହୁରି ରୋଜଗାର ଆଶା ରଖିଛନ୍ତି ମହିଳା। ଏଭଳି କାମ କରି ଏହି ମହିଳାମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।

 

 

The post ପରିବା ମଞ୍ଜିରେ ‘ରାକ୍ଷୀ’ ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା first appeared on Sambad.

from ବିଶେଷ | Sambad https://ift.tt/3jkwpA8

Post a Comment

0 Comments