
ନୂଆଦିଲ୍ଲୀ: ରେସଲିଂ ପରେ ଦ ଗ୍ରେଟ ଖାଲି ନିଜ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିଛନ୍ତି। ସେ ସୋସିଆଲ ମିଡିଆରେ ମଜାଦାର ଭିଡିଓ ନିଜ ପ୍ରଶଂସକଙ୍କ ସହିତ ସେୟାର କରିଥାଆନ୍ତି। ପ୍ରଶଂସକଙ୍କୁ ବି ତାଙ୍କ ଭିଡିଓ ବହୁତ ପସନ୍ଦ ଆସିଥାଏ। ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଦ ଗ୍ରେଟ ଖାଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଅଟୋ ଚଲାଉଥିବା ଦେଖିବାକୁ ମିଳୁଛି।
View this post on Instagram
ଏହି ଭିଡିଓକୁ ଦ ଗ୍ରେଟ ଖାଲି ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏଇ ଗୋଟିଏ ଭିଡିଓ ନୁହେଁ, ଅନେକ ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ତାଙ୍କ ଆଖପାଖ ଲୋକଙ୍କୁ ଡାକି ଅଟୋରେ ବସାଉଥିବା ଦେଖିବାକୁ ମିଳୁଛି। ଏହାପରେ ଖାଲି ବହୁତ କଷ୍ଟରେ ଅଟୋରେ ବସୁଛନ୍ତି।
View this post on Instagram
ଦ୍ବିତୀୟ ଭିଡିଓରେ ଆପଣ ଦେଖି ପାରିବେ କି କିଛି ଦୂର ଅଟୋ ଚଲାଇବା ସହିତ ଲୋକେ ଖାଲିଙ୍କ ଅଟୋରୁ ଓହ୍ଳାଇ ଯାଉଛନ୍ତି। ଆଉ ଏକାଠି ଫଟୋ ଉଠାଉଛନ୍ତି। ଲୋକେ ଏହି ଭିଡିଓକୁ ଦେଖିବା ପରେ ମଜାଦାର ପ୍ରତିକ୍ରିୟା ବି ଦେଉଛନ୍ତି।
The post ଦ ଗ୍ରେଟ ଖାଲି ଲୋକଙ୍କୁ ବସାଇ ଚଲାଇଲେ ଅଟୋ first appeared on Sambad.
from ବିଶେଷ | Sambad https://ift.tt/3rSz8Vq
0 Comments