
ଫରିଦାବାଦ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ଭାରତୀୟ ପ୍ରଶାସନିକ ସେବା (ଆଇଏସଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ସ୍ଥାନ ଅଧିକାର କରିଛନ୍ତି। ବିନା କୋଚିଂରେ ସେ ଆଇଏସଏସ ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଛି।
କଳ୍ପନାଙ୍କ ମା’ ରାଜବାଳା କହନ୍ତି, ଝିଅର ଏଭଳି ସଫଳତା କେବଳ ପରିବାର ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଗର୍ବର କଥା। କଳ୍ପନା ପିଲାଦିନରୁ ପାଠପଢ଼ିବା ପାଇଁ ବହୁତ ପରିଶ୍ରମ କରିଥାଏ। ଏହି ପରିଶ୍ରମର ଫଳ ତାକୁ ଆଜି ମିଳି ଯାଇଛି।

ଏଭଳି ସଫଳତା ପାଇବା ପରେ କଳ୍ପନା କହିଛନ୍ତି, ପରିବାରର ଆର୍ଥିକସ୍ଥିତ ଏତେ ଟା ଠିକ ନଥିଲା। କାରଣ ତାଙ୍କ ମା’ ରାଜବାଳା କ୍ଷୀର ବିକି ପରିବାର ଚଳାଇ ଥାଆନ୍ତି। ତେଣୁ ସେ କୋଚିଂ ବି ନେଇ ପାରୁ ନଥିଲେ। ବାପା ଛୋଟମୋଟ କାମ କରୁଥିବା ବେଳେ ଭାଇ ଏମବିବିଏସ ଇଣ୍ଟର୍ନସିପ କରୁଛନ୍ତି।

from ବିଶେଷ | Sambad https://ift.tt/3CmKBBs
0 Comments