
ନୂଆଦିଲ୍ଲୀ: ଜଣେ ମହିଳା ଶନିବାର ଟ୍ରେନ୍ ଚଢ଼ିବା ବେଳେ ଦୁର୍ଘଟଣାର ସାମ୍ନା କରିବାକୁ ଯାଉଥିବା ବେଳେ କିଛି ଆର୍ପିଏଫ୍ କର୍ମଚାରୀ ତାଙ୍କ ଜୀବନ ବଞ୍ଚାଇ ଚାରିଆଡ଼େ ଚର୍ଚ୍ଚିତ ପାଲଟିଛନ୍ତି। ଏ ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଭିିଡିଓ ସେୟାର୍ କରାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ମହିିଳା ଜଣକ ଏକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ସେତିକି ବେଳେ ନିୟନ୍ତ୍ରଣ ହରାଇ ସେ ତଳେ ପଡ଼ି ଟ୍ରେନ୍ ଫ୍ଲାଟ୍ଫର୍ମରେ ଅଟକି ଯାଉଛନ୍ତି। ଆରପିଏଫ୍ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ରକ୍ଷା କରୁଛନ୍ତି।
“Life is not like a scene of a Bollywood film. It is much more precious”
She was lucky to be saved today because of timely action by alert RPF staff. Do not board/de board a moving train.
Stay alert. Stay safe! pic.twitter.com/BuPsexgFyR
— Ministry of Railways (@RailMinIndia) July 31, 2021
ଏହି ସମୟର ଭିଡିଓକୁ ଟୁଇଟ୍ କରି ରେଳ ମନ୍ତ୍ରାଳୟ ଲେଖିଛି, ‘ଜୀବନ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ। ଏହା ବହୁମୂଲ୍ୟ ଅଟେ। ସେ ଖୁବ୍ ଭାଗ୍ୟଶାଳୀ ଯେ ଆରପିଏଫ କର୍ମଚାରୀଙ୍କ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ହେତୁ ଆଜି ଉଦ୍ଧାର ପାଇଗଲେ। ଚଳନ୍ତା ଟ୍ରେନ୍ରେ ଚଢ଼ିବା କି ଓହ୍ଲାଇବା କାମ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ।’
The post ଜୀବନ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ; ଟ୍ରେନ୍ ଦୁର୍ଘଟଣାରୁ ମହିଳାଙ୍କୁ ଆର୍ପିଏଫ୍ କର୍ମଚାରୀ ଉଦ୍ଧାର କରିବା ପରେ ଟୁଇଟ୍ କଲା ରେଳବାଇ first appeared on Sambad.from ବିଶେଷ | Sambad https://ift.tt/3jb1C8J
0 Comments