
ମୁମ୍ବାଇ: ସାମ୍ପ୍ରତିକ ସମୟର ସୁରଟସ୍ଥିତ ଅନ୍ୟତମ ବଡ଼ ଡାଇମଣ୍ଡ୍ ଫାର୍ମ ଓରଲିଠାରେ ୧୮୫ କୋଟିର ଏକ ବଙ୍ଗଳା କିଣିଛି। ‘ପାନହର ବଙ୍ଗଳା’ ମୁମ୍ବାଇର ଓରଲି ସମୁଦ୍ର ମୁହଁର ବିପରୀତ ଏକ ବେସମେଣ୍ଟ ଏବଂ ଗ୍ରାଉଣ୍ଡ-ପ୍ଲସ୍-ଛଅ ମହଲା ବିଶିଷ୍ଟ ଢାଞ୍ଚାକୁ ନେଇ ଗଠିତ।
ଏହି ବଙ୍ଗଳା୧୯,୮୮୬ ବର୍ଗଫୁଟର ଏକ କ୍ଷେତ୍ର ଦଖଲ କରିଥିବା ବେଳେ ଏହାକୁ ପୂର୍ବରୁ ଆରକେ ହୋଲ୍ଡିଂ ଲିମିଟେଡ୍ ଠାରୁ ହରିକୃଷ୍ଣ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ୍ କ୍ରୟ କରିଥିଲା।
ଏନେଇ ସୁରଟସ୍ଥିତ ଡାଇମଣ୍ଡ୍ ଫାର୍ମର ନେତୃତ୍ବ ନେଉଥିବା ଘନଶ୍ୟାମଭାଇଙ୍କ ବଡ଼ ଭାଇ ଶାବଜୀ ଢୋଲ୍କିଆ କହନ୍ତି, ‘ଏହାକୁ ପାରିବାରିକ ଘର ବନାଇବା ଉଦ୍ଦେଶ୍ୟରେ କିଣାଯାଇଛି। ଆମ ଯୁଗ୍ମ ପରିବାର ରହିବା ପାଇଁ ଆମେ ଏକ ବଡ଼ ଘର ଖୋଜୁଥିଲୁ। ଏହି ବଙ୍ଗଳା ସବୁ ଦୃଷ୍ଟିରୁ ଆମକୁ ସୁହାଇବାରୁୁ ଆମେ ଏହାକୁ କିଣିବା ନିଷ୍ପତ୍ତି ନେଲୁ।’
ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ଶାବଜୀ ନିଜ କର୍ମଚାରୀମାନଙ୍କୁ ଘର, ଗାଡ଼ି ଓ ଅଳଙ୍କାର ଉପହାର ଦେଇ ଚର୍ଚ୍ଚାରେ ରହିିଥିଲେ। ୨୦୧୮ ମସିହାରେ ସେ ତାଙ୍କର ୬୦୦ କର୍ମଚାରୀଙ୍କୁ କାର୍ ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ।
The post ଓରଲିଠାରେ ୧୮୫ କୋଟିର ଏକ ବଙ୍ଗଳା କିଣିଲା ସୁରଟସ୍ଥିତ ଅନ୍ୟତମ ବଡ଼ ଡାଇମଣ୍ଡ୍ ଫାର୍ମ first appeared on Sambad.
from ବିଶେଷ | Sambad https://ift.tt/3A0oxuk
0 Comments