ବର୍ଷ ତମାମ ମେରୁ ଅଞ୍ଚଳରେ ରହୁଥିଲେ ଡାଇନୋସର!

ମେରୁ ଅଞ୍ଚଳର ଉଚ୍ଚ ସ୍ଥାନରେ କେବଳ ଉଷୁମ ପାଇବା ପାଇଁ ନୁହେଁ, ଏପରିକି ବର୍ଷ ତମାମ ମଧ୍ୟ ଡାଇନୋସରମାନେ ସେହି ଅଞ୍ଚଳରେ ରହୁଥିଲେ ବୋଲି ସଦ୍ୟ ମିଳିଥିବା ଜୀବାଶ୍ମରୁ ଜଣାପଡ଼ିଛି। ଉତ୍ତର ଆମେରିକାର କୋଲଭାଇଲ୍‌ ନଦୀ ଅବବାହିକାରୁ ମିଳିଥିବା ଶହ ଶହ ଶିଶୁ ଡାଇନୋସରଙ୍କର ଦାନ୍ତ ଓ ହାଡ଼ରୁ ଗବେଷକମାନେ ଏପରି ନିର୍ଯାସରେ ପହଞ୍ଚିଛନ୍ତି।

ଏହି ଜୀବାଶ୍ମଗୁଡ଼ିକ ମଧ୍ୟରେ ଟାଇନାସର ଓ ପରଯୁକ୍ତ ହାଡୋସର ସମେତ ସାତଟି ପ୍ରଜାତିର ଡାଇନୋସର ରହିଥିବା ଜଣାଯାଇଛି। ସେଥିରେ ଶକ୍ତିଶାଳୀ ଚାରିଗୋଡ଼ିଆ ତୃଣଭୋଜୀ ଏକସିଙ୍ଗିଆ ହାଡୋସର ମଧ୍ୟ ରହିଥିଲେ ଯାହାର ବେକ ତଳେ ପରଯୁକ୍ତ ଝାଲର ରହିଥିଲା। ଉଡ଼ିପାରୁନଥିବା ଏହି ଡାଇନୋସରଗୁଡ଼ିକ ଉତ୍ତର ମେରୁରେ ବର୍ଷ ସାରା ରହିବା ସହ ବସା ବାନ୍ଧି ଅଣ୍ଡା ବି ଉଷୁମାଉଥିଲେ ବୋଲି ପ୍ରମାଣ ମିଳିଥିବା ଆଲାସ୍କା ବିଶ୍ବବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି। ଏପରିକି କିଛି ପ୍ରଜାତି ଦୀର୍ଘ ଛଅ ମାସ କାଳ ଅଣ୍ଡା ଉଷୁମାଇବାରେ ବ୍ୟସ୍ତ ରହୁଥିଲେ। ସୁତରାଂ ସେମାନଙ୍କୁ ଶୀତ ପୂର୍ବରୁ ଦକ୍ଷିଣ ଆଡ଼କୁ ଗତି କରିବାକୁ କ୍ବଚିତ୍‌ ସମୟ ମିଳୁଥିଲା। ଏପରିକି ଯଦିଓ କିଛି କିଛି ବୟସ୍କ ଡାଇନୋସର ଦକ୍ଷିଣ ଆଡ଼କୁ ମୁହାଁଇଥିଲେ, ତେବେ ଶିଶୁମାନେ ସେଠାରେ ଯାତ୍ରା ବେଳେ ବଞ୍ଚି ରହିବାକୁ ସେମିତି ସଂଘର୍ଷ ଜାରି ରଖିଥିଲେ।

The post ବର୍ଷ ତମାମ ମେରୁ ଅଞ୍ଚଳରେ ରହୁଥିଲେ ଡାଇନୋସର! first appeared on Sambad.

from ବିଶେଷ | Sambad https://ift.tt/3fkdPqE

Post a Comment

0 Comments