
ନୂଆଦିଲ୍ଲୀ: ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ। ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଛି। ତେବେ କାଂସ୍ୟପଦକ ଜିଣିବା ପରେ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂ ବଡ଼ ଖୁଲାସା କରିଛନ୍ତି। ବେଲଜିୟମଠାରୁ ହାରିବା ପରେ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି କ’ଣ କହିଥିଲେ, ସେ ବିଷୟରେ ଜଣାଇଛନ୍ତି ମନପ୍ରୀତ।
ସେ କହିଛନ୍ତି ଯେ, ବେଲଜିୟମଠାରୁ ହାରିବା ପରେ ପ୍ରଧାମନନ୍ତ୍ରୀଙ୍କ କଲ୍ ଆସିଥିଲା। ସେ ପୂରା ଟିମ ସହ କଥା ହୋଇଥିଲେ ଏବଂ ଆମକୁ ସକରାତ୍ମକ ରହିବାକୁ ଓ ପରବର୍ତ୍ତୀ ମ୍ୟାଚ୍ ଉପରେ ଧ୍ୟାନ ଦେବାକୁ କହିଥିଲେ | ଏହା ସହ ସେ କହିଥିଲେ ଯେ, ସମଗ୍ର ଦେଶ ଆପଣଙ୍କ ସହିତ ଅଛି। ଆଜି ମଧ୍ୟ ଆମେ ଜର୍ମାନିକୁ ହରାଇବା ପରେ ଆମକୁ ଫୋନ କରି ସାରା ଦେଶ ଆମ ପାଇଁ ଗର୍ବିତ ବୋଲି କହିଥିଲେ।
ଏଭଳି ଐତିହାସିକ ବିଜୟ ପରେ ମନପ୍ରୀତ ସିଂ ଏହି ବିଜୟକୁ ଦେଶର ଡାକ୍ତର ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ କୋଭିଡ ମହାମାରୀ ସମୟରେ ଜୀବନ ବଞ୍ଚାଇବା ପାଇଁ ନିରନ୍ତର ପରିଶ୍ରମ କରିଛନ୍ତି।
The post ହକି ଟିମ କ୍ୟାପଟେନଙ୍କ ଖୁଲାସା; ବେଲଜିୟମଠାରୁ ହାରିବା ପରେ ପ୍ରଧାମନନ୍ତ୍ରୀଙ୍କ କଲ୍ ଆସିଥିଲା, ସେ କହିଥିଲେ…….. first appeared on Sambad.from ବିଶେଷ | Sambad https://ift.tt/3io35ct
0 Comments