
ନୂଆଦିଲ୍ଳୀ: ଭାରତର ପ୍ରଥମ ମହିଳା ପାଇଲଟ୍ ସରଲା ଠକ୍ରାଲଙ୍କୁ ତାଙ୍କର ୧୦୭ତମ ଜନ୍ମଦିବସ ଅବସରରେ ସମ୍ମାନିତ କରିଛି ଗୁଗୁଲ୍। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି ଯେ, ‘ମାତ୍ର ୨୧ ବର୍ଷ ବୟସରେ ସରଲା ଠକ୍ରାଲ୍ ନିଜର ପ୍ରଥମ ବିମାନ ଉଡ଼ାଣ କରି ଭାରତର ପ୍ରଥମ ମହିଳା ପାଇଲଟ୍ ଭାବେ ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲେ। ସେହି ମହାନ ପାଇଲଟ୍, ଡିଜାଇନର୍ ଏବଂ ବ୍ୟବସାୟୀଙ୍କୁ ତାଙ୍କ ୧୦୭ତମ ଜନ୍ମଦିବସ ଅବସରରେ ଗୁଗୁଲ୍ ଡୁଡୁଲ୍ ସମ୍ମାନିତ କରୁଛି।’
At the age of 21, Sarla Thukral soared to new heights by taking her first solo flight and becoming India’s first woman pilot
Today’s #GoogleDoodle honours this incredible pilot, designer, and entrepreneur, on her 107th birth anniversary.
https://t.co/5dF5JBxUY2. pic.twitter.com/UBeh7LuJkz
— Google India (@GoogleIndia) August 8, 2021
ଠକ୍ରାଲ ୧୯୧୪ ମସିହାରେ ଅଗଷ୍ଟ ୭ ତାରିଖରେ ଇଂରେଜ ଶାସନାଧୀନ ଭାରତର ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ବର୍ତ୍ତମାନର ପାକିସ୍ଥାନର ଲାହୋରକୁ ଚାଲି ଯାଇଥିଲେ। ପରେ ସେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଅନୁପ୍ରାଣିତ ହେବା ପରେ ତାଲିମ ଆରମ୍ଭ କରି ଉଡ଼ାଣ ଦିଗରେ ମନୋନିବେଶ କରିଥିଲେ। ତାଲିମ ପରେ ଉଡାଣ ଲାଇସେନ୍ସ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ, ତାଙ୍କ ସ୍ବାମୀ ଥିଲେ ଜଣେ ପାଇଲଟ୍।
ତାଙ୍କୁ ୨୧ ବର୍ଷ ବୟସର ହୋଇଥିବା ବେଳେ ଏକ ବିମାନ(ସୋଲୋ ଫ୍ଲାଇଟ୍) ଚଳାଇ ରେକର୍ଡ ସୃଷ୍ଟି କରିଥିଲେ। ଉଡାଣ ସମୟରେ ସେ ବିଦେଶୀ ଶୈଳୀର ପୋଷାକ ନ ପିନ୍ଧି ଭାରତର ପାରମ୍ପରିକ ପୋଷାକ ଶାଢ଼ି ପରିଧାନ କରିଥିଲେ। ତାଙ୍କର ୧୦୭ତମ ଜନ୍ମଦିବସ ଅବସରରେ ଗୁଗୁଲ୍ ପକ୍ଷରୁ ଡୁଡୁଲ୍ ପ୍ରକାଶ କରାଯାଇଛି।
The post ଭାରତର ପ୍ରଥମ ମହିଳା ପାଇଲଟ୍ ସରଲା ଠକ୍ରାଲଙ୍କୁ ୧୦୭ତମ ଜନ୍ମଦିବସରେ ସମ୍ମାନିତ କଲା ଗୁଗୁଲ୍, ଶାଢ଼ି ପିନ୍ଧି ବିମାନ ଉଡ଼ାଇ ଥିଲେ first appeared on Sambad.from ବିଶେଷ | Sambad https://ift.tt/3fEzFFt

0 Comments