କୋରାପୁଟରୁ ଟାଟା କିଣିଲା ‘କଫି’, ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବ କଂପାନି

କୋରାପୁଟ: ଭାରତ କାହିଁକି ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ। କୋରାପୁଟ କଫି ବିନ୍‌କୁ ପକ୍ରିୟାକରଣ କରି ବିଶ୍ୱ ବଜାରରେ ଛାଡିବ ବହୁଦେଶୀୟ କମ୍ପାନି ଟାଟା। ଶନିବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୮ହଜାର ୭୯୦ କେଜି କଫି ବିନ୍‌ ଟାଟାକୁ ବିକ୍ରି କରାଯାଇଛି।

କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୧୯୩ ଜଣ କଫି ଚାଷୀଙ୍କଠାରୁ ଉତ୍ପାଦିତ ହୋଇଥିବା ସବୁ କଫିକୁ ଟାଟାକୁ ବ୍ରିକ୍ରି କରାଯାଇଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମତାପୁଟ, କୋରାପୁଟ ଓ ପଟାଙ୍ଗୀ ବ୍ଲକରୁ ଏହି ସବୁ କଫି ଅମଳ କରାଯାଇଥିଲା। ତେବେ ପୂର୍ବରୁ କୋରାପୁଟ କଫି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଟାଟା ଏହି କଫିରେ ୧୦୦ ପ୍ରତିଶତ ଆରବିକା କଫିର ଗୁଣ ରହିଥିବା ଜାଣିବାକୁ ପାଇଥିଲା।

thebridgeservices.ca

ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, କୋରାପୁଟର ଆଦିବାସୀ ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି କଫି। ବିଗତ ବର୍ଷପରି ଚଳିତବର୍ଷ ମଧ୍ୟ ଚାଷ କରାଯିବା। ୨୦୨୧-୨୨ ବର୍ଷ ପାଇଁ ନୂଆ କରି ୮୦ ହେକ୍ଟର ଜମିରେ ଚାରା ରୋପଣ କରାଯିବ ବୋଲି ସେ କହିଛନ୍ତି।

ଏନେଇ ଟିଡିସିସିଓଏଲର ଏମଡି ମାନସୀ ନିମ୍ଭାଲ କହିଛନ୍ତି ଯେ ଟାଟା କଫିକୁ କୋରାପୁଟ କଫିର ନମୂନା ପଠାଯାଇଥିଲା। ଯେଉଁ କଫି ପରୀକ୍ଷା ପାଇଁ ପଠାଯାଇଥିଲା ତାହାର ମାନ ଆରବିକା କଫିର ଗୁଣ ସହ ସମକକ୍ଷ। ତେଣୁ କୋରାପୁଟରୁ କଫି କିଣିବାକୁ ମନ ବଳାଇଥିଲା ଟାଟା। ଏହାପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଟାଟାକୁକଫି ବିକ୍ରି କରାଯାଇଛି ବୋଲି ସେ କହିଛନ୍ତି। ଓରମାସର କାପକୋ ପକ୍ଷରୁ ଟିଡିସିସିଓଏଲକୁ କଫିର ବଜାର ସୃଷ୍ଟି କରାଯିବାକୁ ଅନୁରୋଧ କରାଯାଇଥିଲା। ଏହାପରେ ନମୂନାର ପରାରୀକ୍ଷାରେ କଫି ପାସକରିବା ପରେ କଫି ବିଶ୍ୱ ଦରବାରରେ ପହଞ୍ଚିବା ଆଶା କରାଯାଉଛି।

The post କୋରାପୁଟରୁ ଟାଟା କିଣିଲା ‘କଫି’, ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବ କଂପାନି first appeared on Sambad.

from ବିଶେଷ | Sambad https://ift.tt/3CrCR0Q

Post a Comment

0 Comments