କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଧିକ ମାନସିକ ସମର୍ଥନ ଆବଶ୍ୟକ: ଗବେଷଣା

ନୂଆଦିଲ୍ଲୀ: କରୋନା କାଳରେ ଲୋକଙ୍କ ମଧ୍ୟରେ ଦୁଶ୍ଚିନ୍ତା ଓ ବିଶାଦ ପରି ସମସ୍ୟା ବି‌‌ଶେଷ ଭାବେ ଦେଖିବାକୁ ମିଳିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏହି ସମୟରେ ଆଗଧାଡ଼ିର ଯୋଦ୍ଧା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆହୁରି ଅଧିକ ମାନସିକ ସମର୍ଥନ ମିଳିବା ଉଚିତ।

ୟୁନିଭରସିଟି ଅଫ୍‌ ୟୋର୍କ ଏବଂ ମେଣ୍ଟାଲ୍‌ ‌ହେଲ୍‌ଥ ଫାଉଣ୍ଡେସନ୍‌ ପକ୍ଷରୁ କରାଯାଇଥିବା ଏହି ସମୀକ୍ଷାରେ ଏହା ମଧ୍ୟ ଜଣାପଡିଛି ଯେ ଅନ୍ୟ ଶାରୀରିକ ସମସ୍ୟା ରହିଥିବା କୋଭିଡ୍‌ ଆକ୍ରାନ୍ତ, ଶିଶୁ ଏବଂ କିଶୋରମାନଙ୍କ ମାନସିକ ଅବସ୍ଥା ବି ଦୁର୍ବଳ ହେଉଛି। ମହାମାରୀର ପ୍ରାରମ୍ଭିକ ମାସରେ କରାଯାଇଥିବା ୨୫ଟି ବ୍ୟବସ୍ଥିତ ସମୀକ୍ଷା ଭିତ୍ତିରେ ଏହା ଜଣାପଡ଼ିଛି। ଏହି ଅଧ୍ୟୟନରେ ଚାଇନାର ଅନେକ ଡାକ୍ତରଖାନା କର୍ମଚାରୀ ସାମିଲ୍‌ ଥିବା ସୂଚନା ରହିଛି।

ଅନୁଶୀଳନରୁ ଜଣାପଡ଼ିଛି ଯେ କରୋନା ପରେ ୧୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଦୁଶ୍ଚିନ୍ତା, ୫୧ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ବିଶାଦଗ୍ରସ୍ତତାର ଶିକାର ହୋଇଛନ୍ତି। ସେହିପରି ସାମାଜିକ ପ୍ରତିବନ୍ଧତା, ସ୍କୁଲ୍‌ ବନ୍ଦ୍‌ ଓ ବିଭିନ୍ନ ପ୍ରକାରର କଟକଣା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ମଧ୍ୟ ବି‌ଶେଷ ଭାବେ ପ୍ରଭାବିତ କରିିଛି।

 

The post କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଧିକ ମାନସିକ ସମର୍ଥନ ଆବଶ୍ୟକ: ଗବେଷଣା first appeared on Sambad.

from ବିଶେଷ | Sambad https://ift.tt/3ytiy0C

Post a Comment

0 Comments