ଭିନ୍ନ ପରମ୍ପରା: ଜାତି,ଯୌତୁକ ନୁହେଁ, ଯୁବକ-ଯୁବତୀଙ୍କ ଭିତରେ ପ୍ରେମ ଥିଲେ ହୋଇଯାଏ ବିବାହ

ଭିଲ୍ଲୁପୁରମ୍: ଅଧିକାଂଶ ସମୟରେ ବିବାହ ନିଷ୍ପତ୍ତି ନେବା ବେଳେ ଜାତିପ୍ରଥା ଓ ‌ଯୌତୁକ ଆଗରେ ପ୍ରେମ ବଳି ପଡ଼ିଯାଏ। ମାତ୍ର ତାମିଲନାଡୁର ଭିଲ୍ଲୁପୁରମ୍ ଏବଂ କାଲାକୁରୁଚି ଜିଲ୍ଲାରେ ବାସ କରୁଥିବା ଆଦିବାସୀମାନଙ୍କ ବିବାହ ସଂସ୍କୃତିକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଏହି ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଜାତି ଓ ‌ଯୌତୁକ ଗୁରୁତ୍ବ ବହନ କରେନାହିଁ । ଯେଉଁଠି ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ଥାଏ ସେଇଠାରେ ହିଁ ହୁଏ ବିବାହ।

ସୋମବାର ବିଶ୍ବ ଆଦିବାସୀ ଦିବସ ଅବସରରେ ତାମିଲନାଡୁର ଭିଲ୍ଲୁପୁରମ୍ ଏବଂ କାଲାକୁରୁଚି ଜିଲ୍ଲାରେ ବାସ କରୁଥିବା ଇରୁଲାର, କାଟୁନାୟକାନ୍ ଏବଂ ମଲାଇ କୁରଭାନ୍ ଆଦିବାସୀ ସଂପ୍ରଦାୟର ବିବାହ ସଂସ୍କୃତି ଉପ‌ରେ ପର୍ଯ୍ୟବେକ୍ଷଣ କରାଯିବା ପରେ ଏହି ମହାନ ପରମ୍ପରା ବିଷୟରେ ଜାଣିବାକୁ ମିଳିଛି।

ଏହି ତିନୋଟି ଜନଜାତି ୨ ଜିଲ୍ଲାର ସମୁଦାୟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ। ସେମାନଙ୍କ କହିବା କଥା ହେଲା, ହିନ୍ଦୁଧର୍ମାବଲମ୍ବୀଙ୍କ ପରି ଆମ ବିବାହ ପାଇଁ କୌଣସି ଅଗ୍ନି କିମ୍ବା ପୂଜାବିଧିର ଆବଶ୍ୟକତା ପଡ଼ିନଥାଏ। ଯଦି ଉଭୟ ପକ୍ଷର ଗୁରୁଜନ ସହମତି ଦିଅନ୍ତି ତେବେ ପୁଅ ଓ ଝିଅ ସାଥୀ ହୋଇ ରହିବା ଆରମ୍ଭ କରନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରେମ ଥିବା ଦରକାର।

The post ଭିନ୍ନ ପରମ୍ପରା: ଜାତି,ଯୌତୁକ ନୁହେଁ, ଯୁବକ-ଯୁବତୀଙ୍କ ଭିତରେ ପ୍ରେମ ଥିଲେ ହୋଇଯାଏ ବିବାହ first appeared on Sambad.

from ବିଶେଷ | Sambad https://ift.tt/2Xe8lax

Post a Comment

0 Comments