ହ୍ୟାକରକୁ ଧରିବାରେ ସାହାଯ୍ୟ କରି ଲାଇବେରିୟା ସରକାରଙ୍କ ଦ୍ୱାରା ପ୍ରଶଂସିତ ହେଲେ ଓଡ଼ିଆ ପୁଅ

ଫୁଲବାଣୀ  : ଫୁଲବାଣୀର ଜଣେ ଛାତ୍ର ପଶ୍ଚିମ ଆଫ୍ରିକାର ଅର୍ଥ ଏବଂ ବିକାଶ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ପ୍ରବେଶ କରି ବହୁ ଟଙ୍କା ସଂଗ୍ରହ କରିଥିବା ଜଣେ ହ୍ୟାକରକୁ ଧରିବାରେ ସାହାଯ୍ୟ କରି ଲାଇବେରିୟା ସରକାରଙ୍କ ଦ୍ୱାରା ପ୍ରଶଂସା ଲାଭ କରିଛନ୍ତି।

ଏହି ଆତ୍ମଘୋଷିତ ନୈତିକ ହ୍ୟାକର୍ ଜଣକ ହେଉଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବା ୧୫ ବର୍ଷୀୟ ଛାତ୍ର ସୌମ୍ୟରଂଜନ ସାହୁ। ଦୁର୍ବୃତ୍ତ ହ୍ୟାକରକୁ ସଫଳତାର ସହ ଧରିବା ପରେ ତରୁଣ ସାଇବର ସିକ୍ୟୁରିଟି ବିଶେଷଜ୍ଞ ଚର୍ଚ୍ଚାର ପରିସରକୁ ଆସିଥିଲେ । ସୌମ୍ୟ ଲାଇବେରୟା ସରକାରଙ୍କୁ ଏହାର ଡିଜିଟାଲ ପ୍ରମାଣ ମଧ୍ୟ ପ୍ରଦାନ କରିଥିଲେ, ଯାହା ପରେ ସେଠାକାର ଅର୍ଥ ଏବଂ ବିକାଶ ମନ୍ତ୍ରାଳୟର ସରକାରୀ ୱେବସାଇଟରେ ସଂଶୋଧନ କରାଯାଇଥିଲା।

ସୌମ୍ୟଙ୍କ କାର୍ଯ୍ୟରେ ଖୁସି ହୋଇ ଲାଇବେରିୟା ସରକାର ତାଙ୍କୁ ପ୍ରଶଂସାସୂଚକ ପତ୍ର ଏବଂ ଆଫ୍ରିକୀୟ ଦେଶରେ ଚାକିରି ଅଫର ଦେଇଛନ୍ତି। କେବଳ ସେତିକି ନୁହେଁ, ପୁରସ୍କାର ସ୍ବରୂପ କିଛି ଆମେରିକୀୟ ଡଲାର ମଧ୍ୟ ପ୍ରଦାନ କରିଥିଲେ। ସୌମ୍ୟ କହିଛନ୍ତି ଯେ ଗତ ଚାରି ବର୍ଷ ଧରି ସେ ଏକ ଭାରତୀୟ କମ୍ପାନି ସହିତ ସାଇବର ନିରାପତ୍ତା ସମାଧାନକ୍ଷେତ୍ରରେ ସେ କାର୍ଯ୍ୟ କରୁଥିଲେ। ଏହି ନିର୍ଦ୍ଦିଷ୍ଟ ମାମଲାରେ ହାକରକୁ ଧରିବା ଲାଗି ତାଙ୍କୁ କମ୍ପାନି ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା।

ଚଳିତବର୍ଷ ଜୁଲାଇ ୨୨ରେ ଲାଇବେରିୟା ସାଇବର କ୍ରାଇମ୍‌ ପ୍ରିଭେନ୍‌ସନ୍‌ ଆଣ୍ଡ୍‌ ମିଟିଗେସନ୍‌ ଏଜେନ୍ସି ଅର୍ଥ ବିଭାଗର ଅଫିସିଆଲ ୱେବସାଇଟ ହ୍ୟାକିଂ ବିଷୟରେ ଜାଣିବାକୁ ପାଇଲା। ସେମାନେ ପ୍ରଥମେ ନିଜେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ । ତା’ପରେ ସେମାନେ ଭାରତୀୟ ସାଇବର ସିକ୍ୟୁରିଟି ସଲ୍ୟୁସନ୍ ଫାର୍ମର ସହାୟତା ଲୋଡିଥିଲେ ଏବଂ ଉକ୍ତ କମ୍ପନି ପକ୍ଷରୁ ସେହି ଦାୟିତ୍ବ ସୋମ୍ୟଙ୍କୁ ଦିଆଯାଇଥିଲା।

 

The post ହ୍ୟାକରକୁ ଧରିବାରେ ସାହାଯ୍ୟ କରି ଲାଇବେରିୟା ସରକାରଙ୍କ ଦ୍ୱାରା ପ୍ରଶଂସିତ ହେଲେ ଓଡ଼ିଆ ପୁଅ first appeared on Sambad.

from ବିଶେଷ | Sambad https://ift.tt/3CIE8ku

Post a Comment

0 Comments