ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୨୦୧୬-ବ୍ୟାଚର ୨ ଆଇଏଏସ୍ ଟପ୍ପରଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ

ନୂଆଦିଲ୍ଲୀ: ଜୟପୁର ପରିବାର କୋର୍ଟ ଆଇଏଏସ୍ ଦମ୍ପତି ଟିନା ଦାବି ଏବଂ ତାଙ୍କ ସ୍ୱାମୀ ଅଥର ଆମୀର ଖାନଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ବର୍ଷ ନଭେମ୍ବର ମାସରେ ପାରସ୍ପରିକ ସମ୍ମତି ଅନୁଯାୟୀ ଦାଖଲ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବା ପରେ ଜୟପୁରର ପାରିବାରିକ କୋର୍ଟ  ସ୍ୱତନ୍ତ୍ର ବିବାହ ଆଇନର ଧାରା ୨୮ ଅନୁଯାୟୀ ଛାଡପତ୍ରକୁ ଅନୁମତି ଦେଇଛନ୍ତି।

୨୦୧୬-ବ୍ୟାଚର ଏହି ୨ ଜଣ ଆଇଏଏସ୍ ଟପ୍ପରଙ୍କ ପ୍ରେମ କାହାଣୀ ଜାତୀୟ ଗଣମାଧ୍ୟମରେ ଶୀର୍ଷକ ହେବା ସମୟ ପରେ ମାର୍ଚ୍ଚ ୨୦, ୨୦୧୮ରେ ଦୁହେଁ ଜୟପୁରରେ ବିବାହ କରିଥିଲେ। ଏହି ଯୋଡି ପୂର୍ବରୁ କହିଥିଲେ ଯେ ତାଲିମ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହେଇଥିଲା। ଏପରିକି ସେମାନଙ୍କ ପ୍ରେମ ସଂପର୍କକୁ ଲଭ୍-ଜିହାଦ୍ ନାମ ମଧ୍ୟ ଦିଆ ଯାଇଥିଲା। ସେମାନଙ୍କର କାହାଣୀ ଦିଲ୍ଲୀରୁ ଜାମ୍ମୁକାଶ୍ମୀର ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସେ ସମୟରେ  ଟିନା ତାଙ୍କ ବାପାମାଆଙ୍କୁ ଚିଠି ‌ଲେଖଥିଲେ ଯେ ସେ ଆଇଏଏସ୍ ଟପ୍ପର ହୋଇଛନ୍ତିି। ଏକ ଭଲ ଖବର ସହ ଏକ ଖରାପ ଖବର ବି ସେ ଦେବାକୁ ଯାଉଛନ୍ତି, ତାହା ହେଉଛି ‌ଯେ ସେ ଜଣେ ମୁସଲମାନକୁ ବିବାହ କରିବାକୁ ଯାଉଛନ୍ତି। ଏହାପରେ ଟିନା ଓ ଅଥରଙ୍କ ବିବାହ ହୋଇଥିଲା।

The post ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୨୦୧୬-ବ୍ୟାଚର ୨ ଆଇଏଏସ୍ ଟପ୍ପରଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ first appeared on Sambad.

from ବିଶେଷ | Sambad https://ift.tt/2VOVwTV

Post a Comment

0 Comments