ମହିଳା ହକି ଟିମର ଖେଳାଳିଙ୍କ ଘରର ଫଟୋ ଦେଖି ‌ଲୋକଙ୍କ ମନ ହେଲା ଦୁଃଖ

ନୂଆଦିଲ୍ଲୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ଏଯାବତ ଭାରତୀୟ ମହିଳା ହକି ଟିମର ଖେଳାଳିଙ୍କୁ ଚିହ୍ନି ନଥିବେ। କିନ୍ତୁ ଟୋକିଓ ଅଲିମ୍ପିକରେ ମହିଳା ହକି ଟିମ ଭାଗ ନେବା ପରେ ପୂରା ଦେଶ ସେହି ଖେଳାଳିଙ୍କ ବିଷୟରେ ଜାଣିବାକୁ ଚାହୁଁଛି।

ହୋଇପାରେ ଭାରତୀୟ ହକି ଟିମ ଟୋକିଓ ଅଲିମ୍ପିକରେ ଇତିହାସ ରଚି ପାରି ନାହାନ୍ତି। କିନ୍ତୁ ଏଭଳି ସ୍ଥାନରେ ପହଞ୍ଚିବା ଦେଶ ପାଇଁ ଏକ ଗର୍ବର କଥା।  ଲୋକେ ଅନ୍ତର୍ଜାତୀୟସ୍ତରରେ ମହିଳା ହକି ଟିମ ପାଇଁ ଗର୍ବ ଅନୁଭବ କରୁଛନ୍ତି। ଏଭଳି ସମୟରେ ମହିଳା ହକି ଟିମର ଖେଳାଳିଙ୍କ ଘରର ଫଟୋ ସୋସିଆଲ ମିଡିଆରେ ଭଇରାଲ ହେବାପରେ ଲୋକଙ୍କୁ ଦୁଃଖ ଲାଗିଛି।

 

ମହିଳା ହକି ଖେଳାଳିଙ୍କ ଫଟୋ ନ୍ୟୁଜ ଏଜେନ୍ସି  ଏଏନଆଇ ସୋସିଆଲ ମିଡିଆରେ ସେୟାର କରିଛି। ଫଟୋ ସହିତ କ୍ୟାପସନରେ ଲେଖିଛି, ଝାଡଖଣ୍ଡର ସିମଡେଗା ଜିଲ୍ଲାର ବଡ଼କିଚାମପର ଗ୍ରାମରେ ହକି ଖେଳାଳି ସଲିମା ଟେଟେଙ୍କ ଘରର ଦୃଶ୍ୟ। ଟେଟେ ଭାରତୀୟ ମହିଳା ହକି ଟିମର ଜଣେ ସଦସ୍ୟ ରହିଛନ୍ତି।

ସୋସିଆଲ ମିଡିଆରେ ଲୋ‌କେ ସଲିମା ଟେଟେଙ୍କ ଘରର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ସାର ଦେଖନ୍ତୁ  ସାର। ଦେଖନ୍ତୁ ଅଲିମ୍ପିକରେ ଦେଶର ସମ୍ମାନ ବଢ଼ାଇଥିବା ମହିଳାଙ୍କ ଘର।

ଟୋକିଓସ୍ଥିତ ଅଲିମ୍ପିକ୍‌ କ୍ରୀଡ଼ା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମହିଳା ହକି କାଂସ୍ୟ ପଦକ ପ୍ରତିଯୋଗିତାରେ ‘ରିଓ ଅଲିମ୍ପିକ୍ସ୍‌’ ସ୍ବର୍ଣ୍ଣପଦକ ବିଜେତା ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଭାରତ ପରାଜିତ ହୋଇଛି। କିନ୍ତୁ, ଟୋକିଓ ଅଲିମ୍ପିକ୍ସ୍‌ରେ ‌କାଂସ୍ୟ ପଦକସ୍ତର ପର୍ଯ୍ୟନ୍ତ ଖେଳି ପାରିଥିବା ଭାରତୀୟ ମହିଳା ହକି ଟିମ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ତଥା ଅବିସ୍ମରଣୀୟ ଘଟଣା ବୋଲି ‌କୋଚ୍‌ ସୋରୋଡ୍‌ ମରିନ୍‌ କହିଛନ୍ତି।

The post ମହିଳା ହକି ଟିମର ଖେଳାଳିଙ୍କ ଘରର ଫଟୋ ଦେଖି ‌ଲୋକଙ୍କ ମନ ହେଲା ଦୁଃଖ first appeared on Sambad.

from ବିଶେଷ | Sambad https://ift.tt/3yw0SBo

Post a Comment

0 Comments