
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀରେ ୧୦ବର୍ଷର ଝିଅ ଅନିଷାଙ୍କୁ ଭେଟିଛନ୍ତି। ମୋଦୀ ଅନିଷାଙ୍କୁ ଭେଟିବା ସମୟର ଫଟୋ ସୋସିଆଲ ମିଡିଆରେ ଏକ ଭିନ୍ନ ଦାବି ସହ ସେୟାର କରାଯାଉଛି।
କିଛି ଲୋକ ଲେଖିଛନ୍ତି ଅନିଷା ଇମେଲ କରି ମୋଦୀଙ୍କୁ ଭେଟିବାକୁ କହିଥିଲେ। ମୋଦୀ ଶିଶୁର ଏଭଳି ଇଚ୍ଛାର ସମ୍ମାନ ରଖିବା ପାଇଁ ଭେଟିବାକୁ ଡାକିଥିଲେ। ଉକ୍ତ ଶିଶୁ ଜଣକ ମହାରାଷ୍ଟ୍ରର ଅହମଦନଗର ଲୋକସଭା ଆସନର ବିଜେପି ସାଂସଦ ଡକ୍ଟର ସୁଜୟ ଭିଖେ ପାଟିଲଙ୍କ ଝିଅ ବୋଲି କୁହାଯାଉଛି। ପାଟିଲ ଟୁଇଟରରେ କୌଣସି ଇମେଲ କଥା ସେୟାର କରି ନାହାନ୍ତି।
पंतप्रधान आदरणीय श्री. नरेंद्रजी मोदी यांची आज दिल्ली येथे सहकुटुंब भेट घेतली.कोविड काळात सरकारने केलेल्या विविध उपाययोजना आणि कोविड प्रतिबंधात्मक लसीकरणाबद्दल त्यांचे यावेळी आभार मानले.
सदर भेटीदरम्यान पंतप्रधान मोदीजींनी माझी मुलगी कु. अनिषा सोबतही दिलखुलासपणे संवाद साधला. pic.twitter.com/V9XIXwSmPq
— Dr. Sujay Vikhe Patil (@drsujayvikhe) August 11, 2021
ବିଜେପିର ଇଣ୍ଟରନେଟରେ ଟିଭି ଟୁଇଟର ହ୍ୟାଣ୍ଡେଲ (@BJPLive) ରୁ ଏମିତି ଏକ ଖବରର ଲିଙ୍କ ସେୟାର କରାଯାଇଛି। କିଛି ଟୁଇଟରେ ଲେଖା ଯାଇଛି, ୧୦ବର୍ଷର ଶିଶୁ ଇମେଲ କରିଥିଲା କି ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି। ଉତ୍ତରରେ ମୋଦୀ ଲେଖିଥିଲେ ଦୌଡ଼ି ଚାଲିଆସ। ଏହାପରେ ସେ ମୋଦୀଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି।
ଡକ୍ଟର ସୁଜୟ ଭିଖେ ପାଟିଲ ଏହି ଫଟୋକୁ ବୁଧବାର ସନ୍ଧ୍ୟାରେ ଟୁଇଟ କରିଥିଲେ। ସେ ଲେଖିଛନ୍ତି, ‘ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦିଲ୍ଲୀରେ ପରିବାର ସହିତ ଭେଟିଥିଲି। ଏହି ଭେଟ ସମୟରେ ମୋଦୀ ମୋ ଝିଅ ଅନିଷାଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ମୋର ପତ୍ନୀ ଧନଶ୍ରୀ ଓ ବାପା ଶ୍ରୀ ରାଧାକୃଷ୍ଣା ଭିଖେ ପାଟିଲ ବି ଉପସ୍ଥିତ ଥିଲେ।
The post ୧୦ବର୍ଷର ଅନିଷାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ ଏହି ଶିଶୁ ଜଣକ କିଏ first appeared on Sambad.from ବିଶେଷ | Sambad https://ift.tt/2VQ5jbN
0 Comments