ଭାରତୀୟ ମିଲିଟାରି ଏକାଡେମିରୁ ପ୍ରଶିକ୍ଷଣ ନେଇଥିଲେ ତାଲିବାନର ରାଜନୈତିକ ମୁଖ୍ୟ ଶେର୍ ମହମ୍ମଦ

କାବୁଲ: ଭାରତୀୟ ମିଲିଟାରି ଏକାଡେମିରୁ ପ୍ରଶିକ୍ଷଣ ନେଇଥିଲେ ତାଲିବାନର ରାଜନୈତିକ ମୁଖ୍ୟ ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ। ଭାରତରେ ପ୍ରଶିକ୍ଷଣ ନେବା ପରେ ସେ ଆଫଗାନ ସେନା ସହିତ କାମ ଆରମ୍ଭ କରିଥିଲେ। ହେଲେ ଆଜି ସେ ତାଲିବାନ ସହ ହାତ ମିଳାଇଛନ୍ତି। ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରି ଏକାଡେମି (ଆଇଏମଏ) ରେ ଶେର୍ ମହମ୍ମଦ ଅବ୍ବାସ ପ୍ରଶିକ୍ଷଣ ନେଇଥିବା ବେଳେ ତାଙ୍କୁ ସମସ୍ତେ  ‘ଶେରୁ’ ବୋଲି ଡାକୁଥିଲେ ବୋଲି ଜଣାପଡ଼ିଛି।

ରାଜନୈତିକ ବିଜ୍ଞାନ ଅଧ୍ୟୟନ କରିବା ପରେ ଶେର୍ ମହମ୍ମଦ ଷ୍ଟାନିକଜାଇ ଆଇଏମଏରେ ଯୋଗ ଦେଇଥିଲେ। ଶେର ମହମ୍ମଦ ଷ୍ଟାନିକଜାଇଙ୍କୁ ୨୦ବର୍ଷ ହୋଇଥିଲା ଯେତେବେଳେ ସେ ଡେରାଡୁନରେ ଆଇଏମଏରେ ଯୋଗ ଦେଇଥିଲେ | ୧.୫ ବର୍ଷ ପର୍ଯ୍ୟନ୍ତ ତାଲିମ ନେବା ପରେ ‌ସେ ଆଫଗାନିସ୍ତାନ ସେନାରେ ଲେପ୍ଟନାଣ୍ଟ ଭାବେ ଯୋଗଦେଇଥିଲେ। ଏହା ପରେ ସେ ସୋଭିଏତ୍-ଆଫଗାନିସ୍ତାନ ଯୁଦ୍ଧ ଏବଂ ଆଫଗାନିସ୍ତାନର ଇସଲାମିକ୍ ଲିବରେସନ୍ ପାଇଁ ଯୁଦ୍ଧ ଲଢ଼ିଥିଲେ। ହେଲେ ଏବେ ସେ ତାଲିବାନର ଜଣେ ବରିଷ୍ଠ ରାଜନୈତିକ ନେତାଙ୍କ ମଧ୍ୟରୁ ଜଣେ, ଯିଏକି ତାଲିବାନ ଶାସନର ଏକ ପ୍ରମୁଖ ଅଂଶ ହେବେ ବୋଲି କୁହାଯାଉଛି।

indiatoday.in

ପୂର୍ବ ତାଲିବାନ ଶାସନ କାଳରେ ଶେର୍ ମହମ୍ମଦ ଜଣେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଲ କ୍ଲିଣ୍ଟନ ଶାସନ ସମୟରେ ତାଲିବାନ ତରଫରୁ କୂଟନୈତିକ କଥାବାର୍ତ୍ତା ପାଇଁ ମଧ୍ୟ ଆମେରିକା ଯାଇଥିଲେ। ୨୦୧୫ରେ, ଶେର୍ ମହମ୍ମଦ କତାରରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ।

The post ଭାରତୀୟ ମିଲିଟାରି ଏକାଡେମିରୁ ପ୍ରଶିକ୍ଷଣ ନେଇଥିଲେ ତାଲିବାନର ରାଜନୈତିକ ମୁଖ୍ୟ ଶେର୍ ମହମ୍ମଦ first appeared on Sambad.

from ବିଶେଷ | Sambad https://ift.tt/3D5Vs2G

Post a Comment

0 Comments