ଅଲିମ୍ପିକରେ ଥିବା ବେଳେ ଭଉଣୀର ହୋଇଥିଲା ମୃତ୍ୟୁ: ଫେରିବା ପରେ ଏହି ଦୁଃଖ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ଖେଳାଳି

ନୂଆଦିଲ୍ଲୀ: ଶୁଭା ଭେଙ୍କେଟେସନ ଓ ଧନଲକ୍ଷ୍ମୀ ଶେଖର ଟୋକିଓରୁ ଅଲିମ୍ପିକରେ ଭାଗ ନେଇ ଗତ ଶନିବାର ନିଜର ସହର ତାମିଲନାଡୁର ତ୍ରିଚି ପହଞ୍ଚିଛନ୍ତି। ତ୍ରିଚି ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ବତନ୍ତ୍ର ଶୈଳୀରେ ସ୍ବାଗତ କରାଯାଇଛି।

ସୁଭା ଓ ଧନଲକ୍ଷ୍ମୀ କହିଛନ୍ତି, ଅଲିମ୍ପିକରେ ଖେଳିବା ବହୁତ କଠିନ ଥିଲା। ଆଗାମୀ ଥର ସେମାନେ ଖୁବ ପରିଶ୍ରମ କରି ମେଡାଲ ଜିତିକି ଦେଶର ନାମ ରଖିବେ। ଏଥିସହିତ ଦୁହେଁ ସରକାରୀ ଚାକିରି ପାଇଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାହାଯ୍ୟ ପାଇଁ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦୂର ହୋଇ ପାରିବ।

ଧନଲକ୍ଷ୍ମୀ ଯାହାଙ୍କୁ ବିକଳ୍ପ ଭାବେ ଖେଳିବାକୁ ରଖା ଯାଇଥିଲା। ସେ କହିଛନ୍ତି, ତାମିଲନାଡୁକୁ ଖେଳରେ ଭଲ ପ୍ରତିନିଧିତ୍ବ ମିଳିବା ଆରମ୍ଭ ହୋଇଯାଇଛି। ପ୍ରଥମେ ଅଲିମ୍ପିକରେ ତାମିଲନାଡୁରୁ ଅଧିକା ଖେଳାଳି ଭାଗ ନେଉ ନଥିଲେ। କିନ୍ତୁ ଧୀରେଧୀରେ ଏଥିରେ ପରିବର୍ତ୍ତନ ଦେଖା ଦେଉଛି।  ବିଶ୍ବାସ ଅଛି କି ଭବିଷ୍ୟତରେ ଏହି ସଂଖ୍ୟା ବୃଦ୍ଧି ପାଇବ।

ଧନଲକ୍ଷ୍ମୀ ଟୋକିଓରେ ଥିବା ବେଳେ ତାଙ୍କ ଭଉଣୀଙ୍କ ରୋଗରେ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ତାଙ୍କ ମା’ ଏସମ୍ପର୍କରେ ତାଙ୍କ ଝିଅକୁ ଜଣାଇ ନଥିଲେ। କାରଣ ସେ ଚାହିଁ ନଥିଲେ କି ତାଙ୍କ ଝିଅ ଧନଲକ୍ଷ୍ମୀଙ୍କ ଖେଳ ଉପରୁ ଧ୍ୟାନ ହଟିଯାଉ।

ଖେଳ ଶେଷ ହେବା ପରେ ସେ ଯେତେବେଳେ ନିଜ ସହରରେ ପହଞ୍ଚିଥିଲେ ଧନଲକ୍ଷ୍ମୀଙ୍କୁ ତାଙ୍କ ଭଉଣୀର ମୃତ୍ୟୁ ଖବର ମିଳିଥିଲା। ଏହି ଖବର ମିଳିବା ପରେ ସେ ଭୋଭୋ ହୋଇ କାନ୍ଦି ଉଠିଥିଲେ। ଭଉଣୀକୁ ଶେଷ ଥର ପାଇଁ ଦେଖି ନପାରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଧନଲକ୍ଷ୍ମୀ।

The post ଅଲିମ୍ପିକରେ ଥିବା ବେଳେ ଭଉଣୀର ହୋଇଥିଲା ମୃତ୍ୟୁ: ଫେରିବା ପରେ ଏହି ଦୁଃଖ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ଖେଳାଳି first appeared on Sambad.

from ବିଶେଷ | Sambad https://ift.tt/2VEB9si

Post a Comment

0 Comments