ପୁରୁଣା ଚାମଚ ବଦଳାଇ ଦେଲା ବ୍ୟକ୍ତିଙ୍କ ଭାଗ୍ୟ !

ନୂଆଦିଲ୍ଲୀ: ସମୟ ସମୟରେ ଜିନିଷ ପୁରୁଣା ହୋଇ ଯାଇଥିଲେ ଆମେ ତାହାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଏଇ ପୁରୁଣା ଜିନିଷ ବ୍ୟକ୍ତିଙ୍କ ଭାଗ୍ୟକୁ ବଦଳାଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏକ ପୁରୁଣା ଚାମଚ ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଥିବା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲଣ୍ଡନରେ ବସବାସ କରୁଥିବା ଜଣେ ବ୍ୟକ୍ତି ମାତ୍ର ୯୦ଟଙ୍କାରେ ଏକ ପୁରୁଣା ଭଙ୍ଗା ଚାମୁଚ କିଣିଥିଲେ।

ରାସ୍ତାକଡ଼ର ବିକାଳିଙ୍କ ଠାରୁ କିଣିଥିବା ଚାମଚ ଯେ ଏତେ ଦୁର୍ଲଭ ହୋଇପାରେ ସେ କେବେ ଭାବି ନଥିଲେ। ସେ ଯେତେବେଳେ ଏହି ଚାମଚର ପରୀକ୍ଷା କରିଥିଲେ ଏହା ଦୁର୍ଲଭ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ଚାମଚର ନିଲାମ ଡାକିବା ପାଇଁ ପଞ୍ଜିକୃତ କରିଥିଲେ।
ଚାମଚ ନିଲାମ ପାଇଁ ପଞ୍ଜିକୃତ କରିବା ପରେ ଲୋକେ ଏହାର ବୋଲି ଲଗାଇବା ଜାରି ରଖିଥିଲେ। ଶେଷରେ ଏହି ଚାମଚ ୧,୯୭,୦୦୦ଟଙ୍କାରେ ନିଲାମ ହୋଇଥିଲା। ଏହାପରେ ଚାମଚର ମାଲିକଙ୍କୁ ଅନଲାଇନ ନିଲାମ ଜରିଆରେ ୨ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା।

The post ପୁରୁଣା ଚାମଚ ବଦଳାଇ ଦେଲା ବ୍ୟକ୍ତିଙ୍କ ଭାଗ୍ୟ ! first appeared on Sambad.

from ବିଶେଷ | Sambad https://ift.tt/3lmaeMp

Post a Comment

0 Comments