୫୦୦୦୦ବର୍ଗ ଫୁଟରେ ସୋନୁଙ୍କ ଚିତ୍ର ଆଙ୍କିଲେ ଶିଳ୍ପୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଯେଭଳି ଭାବେ ଗରିବ ଅସହାୟ ଲୋକଙ୍କ ସାହାଯ୍ୟ କରିଛନ୍ତି ଲୋକମାନେ ତାଙ୍କୁ ଦେବତା ଭଳି ପୂଜା କରୁଛନ୍ତି। ଏଯାବତ ବି ସୋନୁ ସୋସିଆଲ ମିଡିଆ ଜରିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହିତ ସେମାନଙ୍କ ପାଖରେ ବି ସାହାଯ୍ୟ ପହଞ୍ଚାଉଛନ୍ତି। ଏହି କାରଣରୁ ତାଙ୍କୁ ଲୋକେ ନିଜନିଜ ଶୈଳୀରେ ପ୍ରଶଂସା କରିବାରେ ଲାଗିଛନ୍ତି। କିଛିଦିନ ତଳେ ଲୋକେ ସୋନୁଙ୍କ ନାମରେ ଟାଟୁ ଆଙ୍କିବା ସହିତ ଦୋକାନ ନାମ ବି ସୋନୁଙ୍କ ନାରେ କରିଥିଲେ। ନିକଟରେ ଜଣେ ଶିଳ୍ପୀ ସୋନୁଙ୍କ ୫୦୦୦୦ବର୍ଗ ଫୁଟରେ ଏକ ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

50,000 സ്ക്വയർ ഫീറ്റ് സ്ഥലത്ത് സോനു സൂദിന്റെ കൂറ്റൻ പോർട്രെയ്റ്റ്; വിഡിയോ | Sonu Sood Portrait

ଚିତ୍ରଟିକୁ ଶିଳ୍ପୀ ବିପୁଲ ମିଶ୍ରା ଆଙ୍କିଛନ୍ତି। ଏହି ଫଟୋ ଟି ୫୦୦୦୦ସ୍କୋର ଫୁଟର ରହିଛି। ଏହି ଚିତ୍ରକୁ ଦେଖି ଅନ୍ୟ ଲୋକଙ୍କ ସହିତ ସୋନୁ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିପୁଲ ମିଶ୍ରା ଘାସ ପଡିଆକୁ କାନଭାସ୍ କରିଛନ୍ତି ଏବଂ ଚିତ୍ର ଆକାରରେ ଏହାକୁ କାଟି ସୋନୁ ସୁଦଙ୍କ ଚେହେରା ତିଆରି କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

The post ୫୦୦୦୦ବର୍ଗ ଫୁଟରେ ସୋନୁଙ୍କ ଚିତ୍ର ଆଙ୍କିଲେ ଶିଳ୍ପୀ first appeared on Sambad.

from ବିଶେଷ | Sambad https://ift.tt/2VjOQfT

Post a Comment

0 Comments