କମାଣ୍ଡାଣ୍ଟ ଝିଅକୁ ଇନ୍ସପେକ୍ଟର ପିତା ସ୍ୟାଲୁଟ ମାରିବା ଦୃଶ୍ୟକୁ ଦେଖି ଲୋକେ କହିଲେ, ‘ଭାରତ ମାତା କି ଜୟ’

ନୂଆଦିଲ୍ଲୀ: ପ୍ରତ୍ୟେକ ପିତା-ମାତାଙ୍କ ପାଇଁ ପୁଅ-ଝିଅ ସଫଳତା ପାଇଲେ ଗର୍ବର କଥା ହୋଇଥାଏ। ପିତା-ମାତାଙ୍କ ପାଇଁ ସେଇ ସମୟ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ମସୁରୀରେ ଦେଖିବାକୁ ମିଳିଛି। ଯେଉଁ ବିଭାଗରେ ବାପା ଇନ୍ସପେକ୍ଟର ପଦରେ ନିୟୋଜିତ ଥିଲେ ସେହି ବିଭାଗରେ ଝିଅ ଅତିରିକ୍ତ କମାଣ୍ଡାଣ୍ଟ ଭାବେ ନିଯୁକ୍ତ ହୋଇଥିଲେ। ଏହି କ୍ରମରେ ବାପା ଝିଅକୁ ପାସିଙ୍ଗ ପରେଡରେ ସ୍ୟାଲୁଟ ମାରିଥିଲେ। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକେ ଏହାକୁ ବହୁତ ପସନ୍ଦ ବି କରୁଛନ୍ତି।

ଫଟୋରେ ଜଣେ ବ୍ୟକ୍ତି ସ୍ୟାଲୁଟ ମାରୁଥିବା ଦେଖିବାକୁ ମିଳୁଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ କମଳେଶ କୁମାର। ସେ ଆଇଟିବିପିରେ ଇନ୍ସପେକ୍ଟର ପଦରେ ନିୟୋଜିତ ଅଛନ୍ତି। ତାଙ୍କ ଝିଅଙ୍କ ନାମ ଦୀକ୍ଷା। ପିଲାଟି ଦିନରୁ କମଳେଶଙ୍କ ସ୍ବପ୍ନ ଥିଲା ତାଙ୍କ ଝିଅ ଆଇଟିବିପିରେ ଯୋଗ ଦିଅନ୍ତୁ। ଶେଷରେ ବାପାଙ୍କ ସ୍ବପ୍ନକୁ ଦିକ୍ଷା ପୂରା କରିଛନ୍ତି।

The post କମାଣ୍ଡାଣ୍ଟ ଝିଅକୁ ଇନ୍ସପେକ୍ଟର ପିତା ସ୍ୟାଲୁଟ ମାରିବା ଦୃଶ୍ୟକୁ ଦେଖି ଲୋକେ କହିଲେ, ‘ଭାରତ ମାତା କି ଜୟ’ first appeared on Sambad.

from ବିଶେଷ | Sambad https://ift.tt/3CGJFrN

Post a Comment

0 Comments