ପୁରୁଣା ପୋଷାକ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି ମଡେଲ!

ନୂଆଦିଲ୍ଲୀ: ପୋଷାକ କିଣିବାରେ ସାଧାରଣ ଲୋକଟିଏ ହେଉ ଅବା ଅଭିନେତ୍ରୀ କି ମଡେଲ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ନିକଟରେ ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି। ଜଣେ ମେଡେଲ ତାଙ୍କର ପୁରୁଣା ପୋଷାକକୁ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳୁଛି। ମାର୍ସେଲ ଅଲୋନସୋ ନାମକ ଜଣେ ଇନଷ୍ଟାଗ୍ରାମ ମେଡଲଙ୍କ ପୁରୁଣା ପୋଷାକୁ ଯେକୌଣସି ମୂଲ୍ୟରେ କିଣିବାକୁ ଇନଷ୍ଟାଗ୍ରାମ ବ୍ୟବହାରକାରୀ ପ୍ରସ୍ତୁତ ଅଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ମାର୍ସେଲଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ପ୍ରଶଂସକ ତାଙ୍କର ବ୍ୟବହୃତ ପୋଷାକକୁ ଯେକୌଣସି ମୂଲ୍ୟରେ କିଣିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟୁୟର୍କରେ ରହୁଥିବା ଏହି ମଡେଲଙ୍କ ପାଖକୁ ଏମିତି ଅନେକ ମେସେଜ ଆସୁଛି ଯେଉଁଥିରେ କି ଲୋକେ ତାଙ୍କ ପୁରୁଣା ପୋଷାକକୁ କିଣିବା ପାଇଁ ଲମ୍ବା ଧାଡ଼ି ଲାଗିଛନ୍ତି।

ପ୍ରଶଂସକଙ୍କ ଏଭଳି ଚାହିଦା ଦେଖି ମାର୍ସେଲ ବି ସେମାନଙ୍କୁ ନିରାଶ କରିବାକୁ ଚାହିଁ ନଥିଲେ। ଜଣେ ପ୍ରଶଂସକ ୧୮ହଜାର ଟଙ୍କା ଦେଇ ତାଙ୍କ ପୁରୁଣା ପୋଷାକକୁ କିଣି ନେଇଥିବା ମାର୍ସେଲ କହିଛନ୍ତି। ଏମିତି କି ସେ ଲାଇଭ ସେସନ ସମୟରେ ଯେଉଁ ପୋଷାକ ପିନ୍ଧି ବସି ଥାଆନ୍ତି ତାହାକୁ ବି ଲୋକେ କିଣିବାକୁ ଚାହିଁଥାଆନ୍ତି। ପ୍ରଶଂସକଙ୍କୁ ପୋଷାକ ଦେଇ ବର୍ଷକ ମଧ୍ୟରେ ଦେଢ଼କୋଟି ରୋଜଗାର କରି ସାରିଲେଣି ମାର୍ସେଲ। ତେବେ ଟଙ୍କା ରୋଜଗାର ଅପେକ୍ଷା ପ୍ରଶଂସକ ସ୍ନେହର ସହ ତାଙ୍କ ପୋଷାକ ଗ୍ରହଣ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି।

The post ପୁରୁଣା ପୋଷାକ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି ମଡେଲ! first appeared on Sambad.

from ବିଶେଷ | Sambad https://ift.tt/3hUDdF7

Post a Comment

0 Comments