କରୋନା କଟକଣା କୋହଳ ହେବାକୁ ନେଇ ଡିଜାଇନର ତିଆରି କଲେ ମାସ୍କରେ ତିଆରି ପୋଷାକ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହି କ୍ରମରେ ମାସ୍କ ମଣିଷ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଯେଉଁ ଦେଶରେ କରୋନା ସଂକ୍ରମଣ ମୁକ୍ତ ହୋଇଯାଇଛି ସେଠାକାର ଲୋକେ ଆଉ ମାସ୍କ ପିନ୍ଧୁ ନାହାନ୍ତି।

Wedding dress made only with mask

ଇଂଲଣ୍ଡରେ ମାସ୍କକୁ ଆଉ ବାଧ୍ୟତାମୂଳକ କରାଯାଇ ନାହିଁ। ତେବେ ସେଠାରେ ଜଣେ ଡିଜାଇନର ଫେସ ମାସ୍କକୁ ନେଇ ଖୁବ ସୁନ୍ଦର ଭାବେ ବଧୂମାନଙ୍କ ପାଇଁ ପୋଷାକ ତିଆରି କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ଇଂଲଣ୍ଡରେ କରୋନା ମହାମାରୀ ହେତୁ ଜାରି ହୋଇଥିବା କଟକଣା ଦୁଇବର୍ଷ ପରେ କୋହଳ ହେବାକୁ ଯାଉଛି। ଲୋକେ ଏହାକୁ ‘ଫ୍ରିଡମ ଡେ’ ଭଳି ପାଳିବାକୁ ଯାଉଛନ୍ତି। ଏଥିସହିତ ସେଠାରେ ଜଣେ ମଡେଲ ଜେମିମା ହ୍ୟାମ୍ବ୍ରେ ମାସ୍କରେ ତିଆରି ହୋଇଥିବା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ପୋଷାକରେ ପାଖାପାଖି ୧୫୦୦ ମାସ୍କ ଖଞ୍ଜା ଯାଇଥିବା ଡିଜାଇନର ଟାମ ସିଲଭରବୁଡ କହିଛନ୍ତି। ତେବେ ୱେଡିଂ ପ୍ଲାନର ୱେବସାଇଟ ହିଚେଡ ଏଭଳି ସ୍ବତନ୍ତ୍ର ପୋଷାକ ତିଆରି ପାଇଁ ଅର୍ଥ ଦେଇଥିଲା।

The post କରୋନା କଟକଣା କୋହଳ ହେବାକୁ ନେଇ ଡିଜାଇନର ତିଆରି କଲେ ମାସ୍କରେ ତିଆରି ପୋଷାକ first appeared on Sambad.

from ବିଶେଷ | Sambad https://ift.tt/3iCYQsN

Post a Comment

0 Comments