ବାଇକରେ ଯାଉଥିବା ବେଳେ ଆକ୍ରମଣ ପାଇଁ ଦୌଡ଼ାଇଥିଲା ବାଘ, ସୌଭାଗ୍ୟବଶତଃ ରକ୍ଷା ପାଇଗଲେ ଦୁଇ ବନଅଧିକାରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ଦୁଇ ବନ ଅଧିକାରୀ କର୍ଣ୍ଣାଟକ-କେରଳ ସୀମା ଦେଇ ଯାଉଥିବା ବେଳେ ବାଘ ଦୁହିଁଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଦୁହେଁ ବାଘ କବଳରୁ ରକ୍ଷା ପାଇଛନ୍ତି।

ଏଭଳି ଏକ ଘଟଣା ନିକଟରେ ଘଟିଥିବା କୁହାଯାଉଛି। ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟରୁ କେରଳ ଅଭିମୁଖେ ବାଇକରେ ଯାତ୍ରା କରୁଥିବା ବେଳେ ଦୁଇଜଣ ବନଅଧିକାରୀ ଦୁଇପାର୍ଶ୍ବର ସବୁଜ ବାତାବରଣକୁ ନିଜ କ୍ୟାମେରାରେ କୈଦ କରିବା ପାଇଁ ସୁଟିଂ ଆରମ୍ଭ କରିଥିଲେ। ଏହି ସମୟରେ ଦୁହିଁଙ୍କ ଉପରକୁ ବାଘ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାକି କ୍ୟାମେରାରେ କୈଦ ହୋଇ ଯାଇଛି।

 

 

View this post on Instagram

 

A post shared by India Today (@indiatoday)

ତେବେ ଏହି ଭିଡିଓରେ କ୍ୟାପସନ୍ ଦିଆଯାଇଛି, ” ବାଇକ ଆରୋହୀ ଚମତ୍କାର ଭାବରେ ରକ୍ଷା ପାଇଯାଇଛନ୍ତି # ବାଘ # ଆକ୍ରମଣରୁ # କର୍ଣ୍ଣାଟକ – କେରଳ # ସୀମାରେ। ଘଟଣାଟି ଶନିବାର ଦିନ ଘଟିଥିଲା। # ବାଇକ ଆରୋହୀ # ଚାମରାଜନଗର ଜିଲ୍ଲାର # ଗୁଣ୍ଡଲୁପେଟରୁ କେରଳ ଅଭିମୁଖେ ଯାତ୍ରା କରିଥିଲେ। ବାଘ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବାଇକ ଚାଳକ ଦ୍ରୁତ ଗତିରେ ବାଇକ ନେଇ ପଳାଇଥିଲେ।

ତେବେ ବନ ଅଧିକାରୀ ବାଘ ଆକ୍ରମଣ ସମୟର ରେକର୍ଡ କରିଥିବା ଭିଡିଓକୁ ଦେଖି ଭୟ ଲାଗୁଛି ବୋଲି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।

The post ବାଇକରେ ଯାଉଥିବା ବେଳେ ଆକ୍ରମଣ ପାଇଁ ଦୌଡ଼ାଇଥିଲା ବାଘ, ସୌଭାଗ୍ୟବଶତଃ ରକ୍ଷା ପାଇଗଲେ ଦୁଇ ବନଅଧିକାରୀ first appeared on Sambad.

from ବିଶେଷ | Sambad https://ift.tt/3hJyogH

Post a Comment

0 Comments