
ରାଞ୍ଚି: କରୋନା ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଏବେ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି | ମୋବାଇଲ ବା ଲାପଟପ ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦିଆଯାଉଥିବାବେଳେ ଏମିତି ଅନେକ ପିଲା ଅଛନ୍ତି ଯାହାଙ୍କ ପାଖରେ ମୋବାଇଲ ଫୋନ ଖଣ୍ଡେ ମଧ୍ୟ ନାହିଁ | ଆଉ ଏହି ପିଲାମାନେ ଅନଲାଇନ ଶିକ୍ଷାଦାନରୁ ବଂଚିତ ରହୁଛନ୍ତି | ଏଭଳି ପିଲାମାନଙ୍କୁ ଅନଲାଇନ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଝାଡ଼ଖଣ୍ଡ ପୁଲିସ ଏବେ ଏକ ଭିନ୍ନ ଉଦ୍ୟମ କରିଛି | ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପ୍ରାୟ ୪୦ ଲକ୍ଷ ଗରିବ ପିଲା ଅଧ୍ୟୟନ କରୁଛନ୍ତି, ଯେଉଁମାନଙ୍କ ପାଖରେ ମୋବାଇଲ୍, ଲାପଟପ୍ ଭଳି ଡିଜିଟାଲ୍ ଉପକରଣ ନାହିଁ |
ଗତ ଦେଢ଼ ବର୍ଷ ଧରି ସେମାନଙ୍କ ଅଧ୍ୟୟନ ବାଧାପ୍ରାପ୍ତ ହୋଇଛି। ଏହିପରି ଗରିବ ପିଲାମାନଙ୍କର ଅନଲାଇନ୍ ଶିକ୍ଷା ପାଇଁ ଝାଡ଼ଖଣ୍ଡ ପୁଲିସ, କମ୍ୟୁନିଟି ପୁଲିସିଙ୍ଗ ଅଧୀନରେ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଡିଜିପି ନୀରଜ ସିହ୍ନା ସମସ୍ତ ଜିଲ୍ଲାର ଏସପିମାନଙ୍କୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ସେମାନଙ୍କ ପୁରୁଣା ସ୍ମାର୍ଟଫୋନକୁ ପୁଲିସକୁ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି |
ଯାହା ଦ୍ୱାରା ପୁରୁଣା ମୋବାଇଲ ଗରିବ ପିଲାମାନଙ୍କ ନିକଟରେ ପହଂଚିପାରିବ। ଡିଜିପି କହିଛନ୍ତି ଯେ ପ୍ରାୟତଃ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ୍, ଲାପଟପ୍ କିଛି ବର୍ଷ ବା ମାସ ବ୍ୟବହାର କରିବା ପରେ ନୂଆ ଫୋନ କିଣନ୍ତି | ପୁରୁଣା ଫୋନଗୁଡିକ ପ୍ରାୟତଃ ଘରେ ଅବହେଳିତ ହୋଇ ରହିଥାଏ | ତେବେ ଏହି ଫୋନଗୁଡିକୁ ଦେବା ଦ୍ୱାରା ପିଲାମାନଙ୍କର ଅନଲାଇନ ଶିକ୍ଷା ସମସ୍ୟା ଦୂର ହୋଇପାରନ୍ତା |
The post ଘରେ ଥିବା ଅବ୍ୟବହୃତ ମୋବାଇଲ ଫୋନକୁ ଦେବାକୁ ଅନୁରୋଧ କଲା ପୁଲିସ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ first appeared on Sambad.from ବିଶେଷ | Sambad https://ift.tt/3dABVN4
0 Comments