ଆପେଲ ୱାଚ ବଞ୍ଚାଇ ଦେଲା ୭୮ବର୍ଷ ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ: ଏକ ଆପେଲ ୱାଚ୍ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇଛି। ଯେତେବେଳେ ସେ ହଲଚଲ ହୋଇ ନଥିଲେ, ତାଙ୍କ ଘଣ୍ଟା ଜରୁରିକାଳୀନ ସେବାକୁ ଏକ ଆଲର୍ଟ ପଠାଇ ଦେଇଥିଲା । ଜରୁରିକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯାହାଫଳରେ କି ତାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା।

ଆମେରିକାର ଉତ୍ତର କାରୋଲିନାର ସମରଫିଲ୍ଡର ମାଇକ୍ ୟାଗର୍ ଜୁନ୍ ୨୧ରେ ରାସ୍ତାରେ ଯାଉଥିବା ସମୟରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଏହାପରେ ସେ ପିନ୍ଧିଥିବା ଆପେଲ ୱାଚ‌ରୁ ଆପଣାଛାଏଁ ୯୧୧କୁ କଲ ଚାଲି ଯାଇଥିଲା।

ଚେତା ଆସିବା ପରେ ମାଇକ୍ ୟାଗର୍ ପ୍ରଥମେ ଅଧିକାରୀଙ୍କୁ ପଚାରିଥିଲେ କି, ‘ତୁମେମାନେ ଏଠାକୁ କିପରି ଆସିଲ?’ ମାଇକ୍ ୟାଗରଙ୍କ ପ୍ରଶ୍ନ ଉତ୍ତରରେ ଅଗ୍ନିଶମ ବିଭାଗ ଅଧିକାରୀ କହିଥିଲେ, ‘ତୁମର ଘଣ୍ଟା ଆମକୁ ଏକ ବାର୍ତ୍ତା ପଠାଇଲା,’ ଯଦ୍ବାରା ଆମେ ସୂଚନା ପାଇ ପାରିଥିଲୁ ।

ଆପଲ୍ ୱାଚ୍ ଆପଣଙ୍କ ହାତଗୋଡ଼ ଗତି ଉପରେ ଧ୍ୟାନ ରଖିଥାଏ। ଯଦି ଆପଣ ଏକ ମିନିଟ୍ ପାଇଁ ଗତି କରନ୍ତି ନାହିଁ, ଏହା ଜରୁରୀକାଳୀନ ସେବାକୁ ସତର୍କ ଘଣ୍ଟି ପଠାଇ ଦିଏ।

The post ଆପେଲ ୱାଚ ବଞ୍ଚାଇ ଦେଲା ୭୮ବର୍ଷ ବୃଦ୍ଧଙ୍କ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3jCBQfy

Post a Comment

0 Comments