
ନୂଆଦିଲ୍ଲୀ: ସରକାର ଯେତେବେଳେ ରାସ୍ତା କିମ୍ବା ପୋଲ ତିଆରି କରି ସେହି ସମୟରେ ଲୋକମାନଙ୍କ ଜମି ସେଥିରେ ଚାଲି ଯାଇଥାଏ। ଏଥିପାଇଁ ସରକାର ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ବି ଦେଇଥାଆନ୍ତି। କିନ୍ତୁ ଚୀନର ଗୁଅନଜୋ ସହରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜାତୀୟରାଜପଥ ତିଆରି ହେବା ସମୟରେ ସରକାରଙ୍କୁ ମହିଳା ନିଜ ଜମି ଛାଡ଼ି ନଥିଲେ। କି ସରକାରଙ୍କ ତରଫରୁ କୌଣସି ସାହାଯ୍ୟକୁ ଗ୍ରହଣ କରି ନଥିଲେ। ଯାହା ତାଙ୍କୁ ଏହା ମହଙ୍ଗା ପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମହିଳାଙ୍କ ନାମ ଲିଆଙ୍ଗ। ସେ ୧୦ବର୍ଷ ହେବ ଚୀନ ସରକାରଙ୍କ ବିରୋଧରେ ଲଢ଼ି ଆସୁଛନ୍ତି। ସରକାର ତାଙ୍କ ଘର କିଣି ନେଇ ଭାଙ୍ଗିବାକୁ ଚାହୁଁଥିଲେ। କାରଣ ଏହି ସ୍ଥାନ ଦେଇ ଜାତୀୟ ରାଜପଥ ତିଆରି ହେବାର ଥିଲା। କିନ୍ତୁ ମହିଳା ନିଜ ସ୍ଥାନ ଛାଡ଼ି ପାରିବେ ନାହିଁ ବୋଲି ରୋକଠୋକ ସରକାରଙ୍କୁ ମନା କରି ଦେଇଥିଲେ। ଏବେ ମହିଳାଙ୍କ ଘର ମଝିରେ ଥିବା ବେଳେ ଚାରିପଟ ଜାତୀୟରାଜପଥ ତିଆରି ହୋଇଯାଇଛି। ଆଉ ମହିଳାଙ୍କ ଘରକୁ ନେଲ ହାଉସ ବୋଲି ଜଣାଯାଉଛି।
The post ରାସ୍ତା ତିଆରି ପାଇଁ ସରକାରଙ୍କୁ ନିଜ ଜମି ଦେଲେ ନାହିଁ ମହିଳା, ହାଇୱେ ମଝିରେ ଫଶିଗଲା ଘର first appeared on Sambad.from ବିଶେଷ | Sambad https://ift.tt/3jG3Xuk
0 Comments