ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସି ପଡ଼ିଲେ ଯାତ୍ରୀ, ଏପରି ଜୀବନ ବଞ୍ଚାଇଲେ ଆରପିଏଫ ଯବାନ

ମୁମ୍ବାଇ: ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀଙ୍କୁ ଆରପିଏଫ ଯବାନ ମୃତ୍ୟୁ ମୁଖରୁ ବଞ୍ଚାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ‌ହୋଇଛି। ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି ।

ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଟ୍ରେନ୍ ଯେତେବେଳେ ପ୍ଲାଟଫର୍ମରେ ପହଞ୍ଚୁଛି ସେହି ସମୟରେ ଜଣେ ଯାତ୍ରୀ ‌ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଖସି ପଡ଼ୁଛନ୍ତି। ଆଉ ସେ ଟ୍ରେନକୁ ଧରି ପ୍ଲାଟଫର୍ମରେ ଘୋଷାଡି ହୋଇଯାଉଛନ୍ତି। ଏତିକି ବେଳେ ଘଟଣାସ୍ଥଳରେ ଥିବା ଆରପିଏଫ ଯବାନ ଦୌଡ଼ି ଯାଇ ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ଟାଣି ନେଇ ଆସୁଛନ୍ତି।

ଭିଡିଓ ସାମ୍ନାକୁ ଆସିବା ପରେ ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି। ଭିଡିଓରେ ଆରପିଏଫ୍ ଯବାନଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି ।

The post ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସି ପଡ଼ିଲେ ଯାତ୍ରୀ, ଏପରି ଜୀବନ ବଞ୍ଚାଇଲେ ଆରପିଏଫ ଯବାନ first appeared on Sambad.

from ବିଶେଷ | Sambad https://ift.tt/3w7QDRN

Post a Comment

0 Comments