ଅତିଥିମାନଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ନିଜ ବିବାହରେ ନିଆରା ଅସ୍ତ୍ରକଳା ପ୍ରଦର୍ଶନ କରି ଚର୍ଚ୍ଚାରେ କନ୍ୟା

ଚେନ୍ନାଇ: ତାମିଲ୍‌ନାଡୁର ଥିରୁକୋଲର ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ ଉତ୍ସବ। ସାଧାରଣତଃ ଆପଣ ଦେଖିଥିବେ ଯେ ନିଜ ବିବାହରେ କନ୍ୟାମାନେ ଲାଜ କରି ଚୁପ୍ ହୋଇ ବସି ରହିଥାନ୍ତି। ମାତ୍ର ଏହି ଅଞ୍ଚଳର କନ୍ୟା ଜଣକ ତାଙ୍କ ବିବାହରେ ନିଜ ନିକଟରେ ଥିବା ନିଆରା କଳାର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି ପକାଇଛନ୍ତି।

କନ୍ୟା ଜଣକ ହେଉଛନ୍ତି ନିଶା। ସେ ତାଙ୍କ ବିବାହରେ  ବିବାହ ଉତ୍ସବରେ ପ୍ରଦର୍ଶିତ କରାଯାଉଥିବା ନିଆରା ଅସ୍ତ୍ରକଳା ପ୍ରଦର୍ଶନ କରି ଅନ୍ୟମାନଙ୍କୁ ସଚେତନ କରାଇଛନ୍ତି। ଏହି କଳା ପ୍ରଦର୍ଶନ ଦ୍ବାରା ସେ ଲୋକଙ୍କୁ ସଚେତନ କରାଇବା ସହ ଭରପୂର ମନୋରଞ୍ଜନ ମଧ୍ୟ ଯୋଗାଇଛନ୍ତି।

ସେ ତାଙ୍କ ବିବାହ ହେବାକୁ ସ୍ଥିର ହୋଇଥିବା ସ୍ଥାନର ଏକ ଖୋଲା ଜାଗାରେ ନିଜର ଏହି ନିଆରା କଳା ପ୍ରଦର୍ଶନ କରିଛନ୍ତି। ପି ନିଶା ଏହି କଳା ନିଜ ମାଆଙ୍କ ଦ୍ବାରା ଉତ୍ସାହିତ ହୋଇ ଶିକ୍ଷା ଗ୍ରହଣ କରିଥିଲେ। ତେବେ ସେ ନିଜ ବିବାହରେ ନିଜ କଳାର ପ୍ରଦର୍ଶନ କରି ଅତିଥିମାନଙ୍କୁ ମନୋରଞ୍ଜନ ଯୋଗାନ୍ତୁ ବୋଲି ନିଶାଙ୍କୁ ତାଙ୍କ ଭାବି ସ୍ବାମୀ ରାଜକୁମାର କହିଥିଲେ।

ନିଶା ନିଜର ବିବାହ ପୋଷାକ ଓ ଅଳଙ୍କାର ପରିଧାନ କରି ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ। ତାଙ୍କ ସହ ତାଙ୍କର କିଛି ଶ୍ରେଣୀ ସାଙ୍ଗ ମଧ୍ୟ ଏହି କଳା ପ୍ରଦର୍ଶନ କରିବା ବେଳେ ଯୋଗ ଦେଇଥିଲେ।

The post ଅତିଥିମାନଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ନିଜ ବିବାହରେ ନିଆରା ଅସ୍ତ୍ରକଳା ପ୍ରଦର୍ଶନ କରି ଚର୍ଚ୍ଚାରେ କନ୍ୟା first appeared on Sambad.

from ବିଶେଷ | Sambad https://ift.tt/3dujucv

Post a Comment

0 Comments