
ଭୋପାଳ: ଆମ୍ବ ଦର ଯେତେ ବେଶୀ ହେଲେ ବି ଆପଣ ଖୁବ୍ ଜୋର୍ରେ କେତେ ଟଙ୍କା ଦେଇ କିଣିଥିବେ! ମଧ୍ୟପ୍ରଦେଶର ଏକ ଦମ୍ପତି ଅନ୍ତର୍ଜାତୀୟ ବଜାରରେ ଆମ୍ବ କିଲୋକୁ ୨.୭୦ ଲକ୍ଷ ଟଙ୍କାରେ ବିକ୍ରି କରି ଚର୍ଚ୍ଚିତ ପାଲଟିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦମ୍ପତି ସେମାନଙ୍କର ମାତ୍ର ଦୁଇଟି ଆମ୍ବ ଗଛକୁ ଜଗିବା ପାଇଁ ପ୍ରାୟ ୧୨ ଜଣ ଗାର୍ଡ ଏବଂ କୁକୁରକୁ ନିୟୋଜିତ କରିଛନ୍ତି।
ଏହି ସ୍ବତନ୍ତ୍ର ଜାପାନୀ ମିୟାଜାକି ଆମ୍ବ ଗଛରେ ବିଭିନ୍ନ କିସମର ଆମ୍ବ ଫଳୁଛି। ମିୟାଜାକି ଆମ୍ବକୁ ଦୁନିଆର ସବୁଠାରୁ ମହଙ୍ଗା ଫଳ ବୋଲି କୁହାଯାଉଛି। ବାଂଲାଦେଶ, ଇଣ୍ଡୋନେସିଆ, ଫିଲିପାଇନ୍ସ ସମେତ ଅଳ୍ପ କିଛି ଦେଶରେ ଏହା ମିଳିଥାଏ।
ଏହି ଆମ୍ବ ଗଛ ବଢ଼ିବା ପାଇଁ ଉଷ୍ମ ଜଳବାୟୁ ଆବଶ୍ୟକ କରିଥାଏ। ତେବେ ଭଲ ସୌରକିରଣ ମିଳିଥାଏ ଗଛଟି ସେତେ ଭଲ ବଢ଼ିଥାଏ। ଆମ୍ବଟି ଲାଲ୍ ଟୁକୁଟୁକୁ ଦିଶିଥାଏ। ୟାକୁ କେହି କେହି ‘ଏଗ୍ସ ଅଫ୍ ସନ’ ବୋଲି କହିଥାନ୍ତି। ଏହି ଗଛର ଗୋଟିଏ ଆମ୍ବର ଓଜନ ହାରାହାରି ୩୫୦ ଗ୍ରାମ। ଏହାର ମିଠା ଅଂଶ ଅନ୍ୟ ଆମ୍ବ ତୁଳନାରେ ପ୍ରାୟ ୧ ପ୍ରତିଶତ ଅଧିକ।
ବିଶ୍ବର ବିଭିନ୍ନ ଦେଶକୁ ରପ୍ତାନି ହେବା ପୂର୍ବରୁ ଆମ୍ବଗୁଡିକ ଗୁଣାତ୍ମକ ମୂଲ୍ୟାଙ୍କନ କରାଯାଇଥାଏ ଏବଂ କେବଳ ମନୋନୀତ ଅଳ୍ପ କେତେକଙ୍କୁ ‘ଏଗ୍ସ ଅଫ୍ ସନ’ ଭାବରେ ବ୍ରାଣ୍ଡେଡ୍ କରାଯାଇଥାଏ, ଯାହା ସର୍ବୋଚ୍ଚ ଗୁଣକୁ ଦର୍ଶାଏ।
ଏହି ଧରଣର ଆମ୍ବ ୧୯୮୪ ମସିହାରେ ପ୍ରଥମେ ଜାପାନର ମିୟାଜାକି ସହରରେ ଚାଷ କରାଯାଇଥିବାରୁ ଏହାର ନାମକରଣ ଜାପାନୀ ମିୟାଜାକି ଆମ୍ବ କରାଯାଇଛି।
The post ମଧ୍ୟପ୍ରଦେଶରେ ବଢୁଥିବା ଏହି ପ୍ରଜାତିର ଆମ୍ବ ଅନ୍ତର୍ଜାତୀୟ ବଜାରରେ କିଲୋ ପିଛା ୨.୭ ଲକ୍ଷ ଟଙ୍କାରେ ହେଉଛି ବିକ୍ରି first appeared on Sambad.from ବିଶେଷ | Sambad https://ift.tt/2THFBoX
0 Comments