
ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖ ରାତି ୧୦ଟା ୩୦ ହୋଇଥାଏ। ହାଇଦ୍ରାବାଦର କିଙ୍ଗ କୋଟି ଅଞ୍ଚଳରେ ରହୁଥିବା ରୋବିନ ମୁକେଶ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ। ଏହି ଡେଲିଭରି ଦାୟିତ୍ବ ଜୋମାଟୋର ଏଗଜିକ୍ୟୁଟିଭି ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ସାଇକେଲ ଚଲାଇ ପାଖାପାଖି ୨୦ମିନିଟରେ ଅର୍ଡର ନେଇ ମୁକେଶ ଦେଇଥିବା ସ୍ଥାନରେ ପହଞ୍ଚି ଯାଇଥିଲେ ଅକିଲ।
ମୁକେଶ ଅର୍ଡର ପାଇଁ ପହଞ୍ଚିଥିବା ବେଳେ ସେ ଅକିଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଅର୍ଡର କରିଥିବା ଖାଦ୍ୟ ଡେଲିଭରି ପାଇଁ ଅକିଲ ସାଇକେଲ ନେଇ ତାଙ୍କ ପାଖରେ ପହଞ୍ଚିଥିଲେ।
ଏହାପରେ ମୁକେଶ ଅକିଲଙ୍କ କାମରେ ଖୁସି ହୋଇ ତାଙ୍କ ସହିତ ଏକ ଫଟୋ ଉଠାଇଥିଲେ। ଆଉ ତାଙ୍କ ପ୍ରଶଂସା କରି ଫେସବୁକରେ ଫଟୋ ସହିତ ଏକ ପୋଷ୍ଟ ଦେଇଥିଲେ। ଏହି ପୋଷ୍ଟ ଦେଖି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିଲେ।
ଏସବୁ ଦେଖି ମୁକେଶ ଅକିଲଙ୍କ ପାଇଁ ଏକ ବାଇକ କିଣି ଦେବା ପାଇଁ ସ୍ଥିର କରିଥିଲେ। ମୁକେଶ ନିଜ ସାଥୀମାନଙ୍କ ସହ ମିଶି ଜୁନ୍ ୧୫ରୁ ଏକ ଅଭିଯାନ ଆରମ୍ଭ କରିଥିଲେ। ୧୦ଘଣ୍ଟା ଭିତରେ ୬୦ହଜାର ଟଙ୍କାର ସେ ଏକାଠି କରିବାରେ ସଫଳ ହୋଇଯାଇଥିଲେ। ସେ ଏହି ଅଭିଯାନ ବନ୍ଦ କରିଲା ବେଳକୁ ତାଙ୍କ ପାଖରେ ୭୩,୩୭୦ଟଙ୍କା ହୋଇଯାଇଥିଲା। ସେ ଏହି ଟଙ୍କାରେ ଅକିଲଙ୍କ ପାଇଁ ବାଇକ କିଣି ଦେବା ସହିତ ବାକି ଟଙ୍କା କଲେଜ ଫି ଭରିବାକୁ ଦେଇଥିଲେ ମୁକେଶ।
୨୧ବର୍ଷୀୟ ମହମ୍ମଦ ଅକିଲ ଅହମ୍ମଦ ଥାର୍ଡ ଇୟର ଇଞ୍ଜିନିୟରିଂ ଛାତ୍ର। ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଗତ ବର୍ଷ ଜୋମାଟୋ ସହିତ ଯୋଡ଼ି ହୋଇଥିଲେ। ଆଉ ଗାଡ଼ି କିଣିବାକୁ ସାମର୍ଥ୍ୟ ନଥିବାରୁ ସେ ସାଇକେଲରେ ବୁଲିବୁଲି ଡେଲିଭରି କରିଥାଆନ୍ତି।
The post ସାଇକେଲ ଚଲାଇ ୨୦ ମିନିଟରେ ୯କିମି ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ପାଇଁ ଯାଇଥିଲେ ଯୁବକ, ଉପହାରରେ ମିଳିଲା ବାଇକ first appeared on Sambad.from ବିଶେଷ | Sambad https://ift.tt/3zxqoaF
0 Comments