
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶର କାନପୁରରେ ଥିବା ତାଙ୍କ ପୈତୃକ ଗାଁକୁ ଯାଇଥିବା ବେଳେ ସେଠାରେ କହିଥିବା କିଛି କଥା ଏବେ ଚର୍ଚ୍ଚାରେ | ପ୍ରଥମ ଥର ପାଇଁ ସେ ନିଜର ମାସିକ ଦରମା ବିଷୟରେ ଲୋକଙ୍କୁ କହିବା ସହ ମାସକୁ ସେ କେତେ ତାଙ୍କ ଆୟକର ଦିଅନ୍ତି ତାହା ଜଣାଇଥିଲେ | ଏହା ସହ ଲୋକଙ୍କୁ ଆୟକର ଦେବାକୁ ଅନୁରୋଧ କରିଥିଲେ |
ଜୁନ୍ ୨୭ରେ ଜଲ ଅଭିନନ୍ଦନ ସମରୋହର ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ସେ ତାଙ୍କ ଦରମା ଶିକ୍ଷକ ଏବଂ ଆଇଏଏସ୍ ଅଧିକାରୀଙ୍କ ସହ ତୁଳନା କରିଥିଲେ। ଏହା ସହ ସେ ପ୍ରତି ମାସରେ କେତେ ଟ୍ୟାକ୍ସ ଦେଉଛନ୍ତି ତାହା ପ୍ରକାଶ କରି ଦେଶର ବିକାଶ ପାଇଁ ଆୟକର ଦେବା ଜରୁରୀ ବୋଲି ଜଣାଇଥିଲେ |
ସେ କହିଥିଲେ ଯେ, ବେଳେବେଳେ ଯଦି କୌଣସି ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ରେଳ ଷ୍ଟେସନରେ ଅଟକି ନଥାଏ, ତେବେ ରାଗରେ ଆମେ ଏହାକୁ ଜବରଦସ୍ତ ଅଟକାଇଥାଉ ବା ଆମେ ଟ୍ରେନରେ ନିଆଁ ଲଗାଇ ଦେଇଥାଉ | ଯଦି ଟ୍ରେନରେ ନିଆଁ ଲାଗିଯାଏ, ତେବେ କାହାର କ୍ଷତି ହୁଏ? ଲୋକମାନେ ଏହା ସରକାରୀ ସମ୍ପତ୍ତି ବୋଲି କହିଥାନ୍ତି। କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ, ଏହା ହେଉଛି କରଦାତାଙ୍କର ଟଙ୍କା | ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବାଧିକ ଦରମା ପ୍ରାପ୍ତ କର୍ମଚାରୀ | କିନ୍ତୁ ସେ ମଧ୍ୟ ଆୟକର ଦିଅନ୍ତି | ମୁଁ ପ୍ରତି ମାସରେ ୫ଲକ୍ଷ ଟଙ୍କା ଦରମା ପାଉଥିଲେ ମଧ୍ୟ ୨.୭୫ଲକ୍ଷ ଟଙ୍କା ଆୟକର ଦେଇଥାଏ | ଯାହା ମୁଁ ସଞ୍ଚୟ କରେ ତାହା କୌଣସି ଶିକ୍ଷକ ଏବଂ ଆଇଏଏସ୍ ଅଧିକାରୀଙ୍କ ଦରମାଠାରୁ କମ | ଦେଶର ବିକାଶ ପାଇଁ ସମସ୍ତଙ୍କୁ ଆୟକର ଦେବା ଜରୁରୀ ଏବଂ କୌଣସି ଜିନିଷକୁ ସରକାରୀ ସମ୍ପତ୍ତି ଭାବି ନଷ୍ଟ କରିବା ପୂର୍ବରୁ କ୍ଷତି କାହାର ହେଉଛି ଜାଣିବା ଜରୁରୀ |
The post ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ? ମାସକୁ ସେ କେତେ ଦିଅନ୍ତି ଆୟକର? ଜାଣନ୍ତୁ first appeared on Sambad.from ବିଶେଷ | Sambad https://ift.tt/3h1gOFD
0 Comments