ରେଳ ଷ୍ଟେସନରେ ହଠାତ ଭେଟ ହୋଇଥିବା ପାଞ୍ଚ ବର୍ଷ ଶିଶୁର ମୁହଁରୁ ଏଭଳି କଥା ଶୁଣି ସ୍ତବ୍ଧ ହୋଇଗଲେ ଅନୁପମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନୁପମ ଖେର ନିକଟରେ ଏକ ଭାବବିହ୍ବଳ ଭିଡିଓ ସେୟାର କରିଛନ୍ତି। ଅନୁପମ ଶିମଲା ନିକଟସ୍ଥ ଏକ ରେଳ ଷ୍ଟେସନରୁ ଏହି ଭିଡିଓ ସେୟାର କରିଛନ୍ତି।


ଅନୁପମ ଖେର ଭିଡିଓ ସେୟାର କରି ଲେଖିଛନ୍ତି, ପାଞ୍ଚବର୍ଷର ହିମାଂଶୁଙ୍କ ସହିତ ମୋର ଭେଟ ଶିମଲା ନିକଟସ୍ଥ ଜତୋଗ ରେଳଷ୍ଟେସନରେ ହୋଇଥିଲା । ସେ ଯେଉଁଭଳି ସରଳତା ସହିତ ଏକ କଥା କହିଥିଲେ ମୋତେ ତାହା ଦୋହଲାଇ ଦେଇଥିଲା। କଥାବାର୍ତ୍ତା ହେବା ସମୟରେ  ହିଂମାଶୁଙ୍କୁ ମୁଁ ତାଙ୍କ ବାପାଙ୍କ ବିଷୟରେ ପଚାରିବାରୁ ସେ କହିଥିଲେ ନିକଟରେ ଏକ ଦୁର୍ଘଟଣାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଛି। ପିଲାଟି ମୁହଁରୁ ଏଭଳି କଥା ଶୁଣି ମୁଁ ସ୍ତବ୍ଧ ହୋଇଯାଇଥିଲି।  ଏହାପରେ ମା’ ଉଷା ଦେବୀଙ୍କୁ ଦାବି କରିଛି କି ଆମର ସଙ୍ଗଠନ ହିମାଂଶୁଙ୍କର ପୂରା ପାଠପଢ଼ା ଖର୍ଚ୍ଚ ଉଠାଇବ।

The post ରେଳ ଷ୍ଟେସନରେ ହଠାତ ଭେଟ ହୋଇଥିବା ପାଞ୍ଚ ବର୍ଷ ଶିଶୁର ମୁହଁରୁ ଏଭଳି କଥା ଶୁଣି ସ୍ତବ୍ଧ ହୋଇଗଲେ ଅନୁପମ first appeared on Sambad.

from ବିଶେଷ | Sambad https://ift.tt/35Tkkvu

Post a Comment

0 Comments