
ନୂଆଦିଲ୍ଲୀ: ବର୍ଷା ଆରମ୍ଭ ହେଲେ ରାସ୍ତାରେ ଯାଉଥିବା ଲୋକମାନେ ଗଛତଳ, କୌଣସି ଦୋକାନ ଛାତ ନଚେତ ପୋଲ ତଳେ ଛିଡା ହୋଇଯାଇଥାଆନ୍ତି। ନିକଟରେ ଜଣେ ବାଇକ ଚାଳକ ରାସ୍ତାରେ ପ୍ରବଳ ବର୍ଷାରେ ଭିଜୁ ଥିବା ବେଳେ ଜଣେ ଜେସିବି ଚାଳକ ତାଙ୍କୁ ସାହାଯ୍ୟ କରିଥିବାର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ଭିଡିଓକୁ ଆଇଏଏସ ଅବନିସ ଶରଣ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି। ଯେବେ ବି ସମ୍ଭବ ହେଉଛି ଦୟାଳୁ ହୁଅନ୍ତୁ। ଯାହାକି ସର୍ବଦା ସମ୍ଭବ।
Be kind whenever possible. It is always possible.#Wednesdayvibe pic.twitter.com/8Xl3rO1jK3
— Awanish Sharan (@AwanishSharan) June 23, 2021
ଭାଇରାଲ ହୋଇଥିବା ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି। ପ୍ରବଳ ବର୍ଷା ହେତୁ ଗାଡ଼ି ଚଲାଇ ନପାରି ରାସ୍ତାପାର୍ଶ୍ବରେ ଜଣେ ବାଇକ ଚାଳକ ଛିଡ଼ା ହୋଇ ଯାଇଛନ୍ତି। ସେ ଲାଲ ରଙ୍ଗର ରୋନକୋର୍ଟ ପିନ୍ଧିଛନ୍ତି। ତାଙ୍କ ଆଖ ପାଖ ଦେଇ ଦ୍ରୁତଗତିରେ ଗାଡ଼ିଗୁଡ଼ିକ ଯିବା ଆସିବା କରୁଛି। ଏହି ସମୟରେ ସେଠାରେ ଛିଡ଼ା ହୋଇଥିବା ଜଣେ ଜେସିବି ଚାଳକ ବାଇକରେ ଭିଜୁଥିବା ଚାଳକଙ୍କ ଉପରେ ଜେସିବି ଗାଡ଼ିର ଯେଉଁଥିରେ ମାଟି ତଡ଼ା ହୁଏ ସେଥିରେ ଢ଼ାଙ୍କି ପକାଇଥିଲେ। ଫଟୋ ଦେଖି ଆପଣ ସ୍ପଷ୍ଟ ଭାବେ ବୁଝି ପାରିବେ।
The post ପ୍ରବଳ ବର୍ଷାରେ ଭିଜି ଯାଉଥିଲେ ବାଇକ ଚାଳକ, ଯେସିବି ଚଳାଳି ଏମିତି କଲେ ସାହାଯ୍ୟ first appeared on Sambad.from ବିଶେଷ | Sambad https://ift.tt/3d7xadi
0 Comments