ଅନ୍ୟ ସହରକୁ ଦ୍ବାର!

ଆଖି ପିଛୁଳାକେ ପୃଥିବୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ପହଞ୍ଚିବା ନେଇ ମଣିଷର ଇଚ୍ଛା ଅନେକ କାଳ୍ପନିକ କାହାଣୀ ଓ ଚଳଚ୍ଚିତ୍ରକୁ ଜନ୍ମ ଦେଇଛି। ଏଭଳି ସ୍ବପ୍ନର ନିକଟତର ହେବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି ଭିଲ୍‍ନିୟସ୍‍ର ଏକ ଗୋଷ୍ଠୀ। ସେମାନେ ଦୁଇଟି ସହରରେ ଦୁଇଟି ବିଶାଳ ଗୋଲାକାର ପରଦା ସ୍ଥାପନ କରିଛନ୍ତି ଯାହାକୁ ପୋର୍ଟାଲ୍ ବା ପ୍ରବେଶଦ୍ବାର କୁହାଯାଉଛି।

MSN

ଲିଥୁଆନିଆର ଭିଲ୍‍ନିୟସ୍ ଓ ପୋଲାଣ୍ଡ୍‍ର ଲୁବ୍‍ଲିନ୍‍ରେ ଏହି ଦୁଇଟି ସ୍ଥାପତ୍ୟକୁ ରଖାଯାଇଛି। ଏହାର ସମ୍ମୁଖରେ ଛିଡ଼ା ହୋଇ ଜଣେ ଅନ୍ୟ ସହରର ସିଧାସଳଖ ଚିତ୍ର ଦେଖିପାରିବ ଓ ଲୋକଙ୍କ ସହ ବାର୍ତ୍ତାଳାପ କରିପାରିବେ। ଏହାର ନିର୍ମାତାଙ୍କ ଲକ୍ଷ୍ୟ ହେଉଛି ସୀମା ଦ୍ବାରା ବିଭାଜିତ ଦୁଇ ଦେଶର ଲୋକଙ୍କ ମନରେ ପୃଥିବୀ ନେଇ ରହିଥିବା ସଂକୀର୍ଣ୍ଣ ମନୋଭାବକୁ ଦୂର କରିବା। ଆଗାମୀ ଦିନରେ ପୃଥିବୀର ବିଭିନ୍ନ ସ୍ଥାନରେ ଏହିଭଳି ଦ୍ବାର ସ୍ଥାପନ କରିବା ପାଇଁ ଏହି ସଂଗଠନ ଯୋଜନା ରଖିଛି।

The post ଅନ୍ୟ ସହରକୁ ଦ୍ବାର! first appeared on Sambad.

from ବିଶେଷ | Sambad https://ift.tt/2TC5wyj

Post a Comment

0 Comments