‘ଶିବ ଧନୁ’ ଭାଙ୍ଗିବା ପରେ ଯୁବକଙ୍କୁ ବିବାହ କଲେ କନ୍ୟା: ଚର୍ଚ୍ଚାରେ ବାହାଘର

ନୂଆଦିଲ୍ଲୀ: ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରାମାୟଣ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ପ୍ରଭୁ ରାମଙ୍କ ସ୍ୱୟଂମ୍ବର ବି ଆପଣ ଟେଲିଭିଜନରେ ଦେଖିଥିବେ । କେମିତି ଶିବଙ୍କ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ ପ୍ରଭୁ ଶ୍ରୀରାମ । ତେବେ କଳିଯୁଗରେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ବର ସାଜିଥିବା ଜଣେ ଯୁବକଙ୍କ ସ୍ୱୟଂମ୍ବର ଆୟୋଜନ କରାଯାଇଥିଲା ।

ବିହାରର ସାରଣରେ ଦେଖିବାକୁ ମିଳିଛି ଏଭଳି ନିଆରା ଘଟଣା । ବର ପ୍ରଥମେ ଶିବଙ୍କ ଧନୁ ଭାଙ୍ଗିଥିଲେ, ଆଉ ଏହା ପରେ କନ୍ୟା ବରଙ୍କୁ ବରମାଳା ପିନ୍ଧାଇଥିଲେ । ଏହି ବାହାଘର ଦେଖି ଲୋକମାନଙ୍କ ରାମାୟଣ କଥା ମନେପଡି ଯାଇଥିଲା । ଏବଂ ତାଳିରେ ଦୁଲୁକି ପଡିଥିଲା ପୂରା ଅଞ୍ଚଳ । ତେବେ ଏହି ବାହାଘରକୁ ନେଇ ଏବେ  ଚର୍ଚ୍ଚା ଜୋର ଧରିଛି।

ବିହାରର ଏହି ନିଆରା ବାହାଘରରେ ବର ପ୍ରଥମେ ଶିବ ଧନୁ ଭାଙ୍ଗିବାର ପରମ୍ପରା ନିଭାଇଥିଲେ । ଏହା ପରେ ବରମାଳା ପକାଇବା ସହ ରୀତିନୀତି ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା । ତେବେ ବରମାଳା ପଡିବା ପରେ ବରକନ୍ୟାଙ୍କ ଉପରେ ଫୁଲର ବର୍ଷା ହୋଇଥିଲା ।

The post ‘ଶିବ ଧନୁ’ ଭାଙ୍ଗିବା ପରେ ଯୁବକଙ୍କୁ ବିବାହ କଲେ କନ୍ୟା: ଚର୍ଚ୍ଚାରେ ବାହାଘର first appeared on Sambad.

from ବିଶେଷ | Sambad https://ift.tt/3jh2Cdd

Post a Comment

0 Comments