
ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ପରି ବିଶେଷ ପ୍ରସିଦ୍ଧି ଲାଭ କରିନଥିଲେ ବି ବିଦୁରଙ୍କର ହସ୍ତିନାପୁରର ରାଜକୀୟ ପରାମର୍ଶଦାତା ଭାବେ ବେଶ୍ କ୍ଷ୍ୟାତି ରହିଛି। ସେ କହିଯାଇଥିବା କଥାଗୁଡ଼ିକ ଅକ୍ଷରେ ଅକ୍ଷରେ ସତ ସେଥିରେ ସନ୍ଦେହ ନାହିଁ। ପୂର୍ବରୁ ବିଦୁର କହିଥିବା ଅନେକଗୁଡ଼ିଏ ନୀତି ବାଣୀ ଆମେ ଆଲୋଚନା କରିସାରିଛେ। ତେବେ ଚାଲନ୍ତୁ ଜାଣିବା ବିଦୁରଙ୍କ ମତରେ ପ୍ରକୃତ ଭାଗ୍ୟଶାଳୀ କେଉଁମାନେ?
ଯେତେ ଅର୍ଥ ଥିଲେ ବି ଯଦି ଜଣେ ମଣିଷର ଶରୀର ସୁସ୍ଥ ନୁହେଁ ତେବେ ସେ କେବେ ବି ଜୀବନରେ ସୁଖି ହୋଇପାରେନା। ତେଣୁ, ଆମକୁ ଅର୍ଥଠାରୁ ନିଜ ଶରୀରକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବିଦୁର ପରାମର୍ଶ ଦେଇଛନ୍ତି। ସୁସ୍ଥ ମଣିଷଟିଏ ଭାଗ୍ୟଶାଳୀ ହୋଇଥାଏ।
ଉତ୍ତମ ଜୀବନସାଥୀ ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଯଦି ଜୀବନସାଥୀ ଭଲ ମିଳନ୍ତି ତେବେ ସବୁ ଦୁଃଖ ହାଲୁକା ଲାଗେ। ତେଣୁ ଉତ୍ତମ ଜୀବନସାଥୀ ପାଇଥିବା ଲୋକେ ନିଶ୍ଚିତ ଭାଗ୍ୟଶାଳୀ ଏଥିରେ ସନ୍ଦେହ ନାହିଁ।
ପ୍ରଥମତଃ ସନ୍ତାନ ପ୍ରାପ୍ତ ସଭିଙ୍କୁ ହୋଇନଥାଏ। ଏହାଛଡ଼ା ଯେଉଁମାନଙ୍କ ସନ୍ତାନ ଖୀପ୍ର ହୋଇଥାନ୍ତି ସେମାନଙ୍କ ସେହି ବାପାମାଆ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ବିଦୁର କହିଯାଇଛନ୍ତି। ଖୀପ୍ର ଅର୍ଥାତ ଶିକ୍ଷାରେ ପାରଙ୍ଗମ।
ଯେଉଁମାନେ ଶିକ୍ଷା ଅର୍ଜନ କରନ୍ତି ନାହିଁ ସେମାନେ ଜୀବନର ପ୍ରକୃତ ମାନେ କେବେ ବୁଝିପାରନ୍ତି ନାହିଁ। ଯେତେ ଧନୀ ବ୍ୟକ୍ତି ହୁଅନ୍ତୁ ପଛେ ଜଣେ ଶିକ୍ଷିତ ଲୋକ ପାଖରେ ତାଙ୍କୁ ତଳନତୀ ହେବାକୁ ପଡ଼ିଥାଏ।
The post ଯଦି ଆପଣଙ୍କ ପାଖରେ ଏହି ୪ କଥା ଅଛି ତେବେ ଆପଣ ଖୁବ୍ ଭାଗ୍ୟଶାଳୀ first appeared on Sambad.from ବିଶେଷ | Sambad https://ift.tt/35VxxUE
0 Comments