
କଟକ: ମହାମାରୀ କରୋନା କାଳରେ ସାମାଜିକ ଦୂରତ୍ବ ଯେତିକି ଅନିବାର୍ଯ୍ୟ ହୋଇପଡ଼ିିଛି ପରସ୍ପରଙ୍କ ସହ ଆତ୍ମିକ ଭାବେ ଯୋଡ଼ି ହୋଇ ରହିବା ତା’ଠାରୁ ବେଶି ଆବଶ୍ୟକୀୟ। ମହାମାରୀ କାଳରେ ଜଣେ ଅନ୍ୟ ଜଣଙ୍କର ହାତ ଛାଡ଼ି ଦେବା ନାହିଁ। ଅନ୍ୟକୁ ନିଜର ସହଯୋଗର ହାତ ବଢ଼ାଇ ଏପରି ଏକ ଗମ୍ଭୀର ପରିସ୍ଥିତିର ମୁକାବିଲା କରିବା। କରୋନା ପରି ଏକ ଭୟଙ୍କର କାଳରେ ସାଧାରଣ ଲୋକଙ୍କ ସାଥିରେ ରହି ସେମାନଙ୍କ ଦୁଃଖ ବୁଝି ସହଯୋଗର ହାତ ବଢ଼ାଇ ଏବେ ଚର୍ଚ୍ଚିତ ପାଲଟିଛନ୍ତି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ଅବିନାଶ ଖେମ୍କା।
ଅବିନାଶ ଜଣେ ଶିଳ୍ପପତି,ବନ୍ୟଜନ୍ତୁ ଫଟୋଗ୍ରାଫର ଏବଂ ସାମାଜିକ ସେବା ପାଇଁ ଉତ୍ସର୍ଗୀକୃତ ମଣିଷ। ୨୦୨୦ ମସିହା ଜୁନ୍ ମାସରେ ମହାମାରୀ ସମୟରେ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଇବାକୁ ଦେଇ ଉଦାହରଣ ପାଲଟିଥିବା ଅବିନାଶ ସେହି ସମୟରେ ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ୍’ର ପ୍ରତିଷ୍ଠା କରିଥିଲେ। ଗତ ବର୍ଷ ମେ-ଜୁନ୍ ଲକ୍ଡାଉନ୍ କାଳରେ ସେ ଦୀର୍ଘ ୪୦ ଦିନ ଧରି ଲୋକଙ୍କୁ ନିଜର ସେବା ଯୋଗାଇଥିଲେ।

କଟକ ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ବାନ୍ଦାଲୋ ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରାୟ ୮୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରନ୍ଧା ଏବଂ ପ୍ୟାକେଟ୍ ଖାଦ୍ୟ ଦେଇ ଚର୍ଚ୍ଚିତ ପାଲଟିଥିଲେ ଅବିନାଶ।
କେବଳ ସେତିକି ନୁହେଁ, ବାନ୍ଦାଲୋରୁ ଓଡ଼ିଶାର ବିଭିନ୍ନ ଗାଁ, ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ବିହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା ପରିବହନ ସୁଯୋଗ ମଧ୍ୟ ଯୋଗାଇ ଦେଇଥିଲେ।

ସେହିପରି ଚଳିତବର୍ଷ ମେ ୫ ତାରିଖରୁ ଏହି ଫାଉଣ୍ଡେସନ୍ ପ୍ରତିଦିନ ୪୦୦୦ରୁ ଅଧିକ ଭୋକିଲା ଲୋକଙ୍କ ମୁହଁରେ ଦାନା ଦେଉଛି। ପ୍ରତିଦିନ ୧୯୦୦ ପ୍ୟାକେଟ୍ ମାଗଣା ଜଳଖିଆ କଟକର ବିଭିନ୍ନ ଅଞ୍ଚଳର ଆବଶ୍ୟକୀୟ ଅନୁଭବ କରୁଥିବା ଲୋକଙ୍କୁ ଯୋଗାଇ ଦିଆଯାଉଛି।
କେବଳ ସେତିକି ନୁହେଁ, ଏହାବ୍ୟତୀତ କରୋନା ଆକ୍ରାନ୍ତ, ରାସ୍ତାବୁଲା ପଶୁଙ୍କ ପାଇଁ ଖାଦ୍ୟ, ସୁଖିଲା ତେଜରାତି ସାମଗ୍ରୀ ଆଦି ଯୋଗାଇ ଦେଇ ଏକ ନୂତନ ଉଦାହରରଣ ସୃଷ୍ଟି କରିଛି ଏହି ଫାଉଣ୍ଡେସନ୍।
The post କରୋନା କାଳରେ ନିସହାୟ ଲୋକଙ୍କ ସାହା ପାଲଟିଛି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ୍’ first appeared on Sambad.from ବିଶେଷ | Sambad https://ift.tt/3gJRy5k
0 Comments