ସମସ୍ୟା ନଥିଲେ ବୁଝିଯିବା ଉଚିତ ଯେ ଆମେ ଭୁଲ୍‌ ରାସ୍ତାରେ ଚାଲୁଛନ୍ତି; ଏପରି ଆହୁରି କ’ଣ ସବୁ କହନ୍ତି ବିବେକାନନ୍ଦ?

ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ। ଆମେରିକାର ଚିକାଗୋ ସହରେ ‘ପ୍ରିୟର ଭାଇ ଓ ଭଉଣୀ’ କହି ନିଜର ଭାଷଣ ଆରମ୍ଭ କରି ବିଶ୍ୱ ଦରବାରରେ ଚାଞ୍ଚଲ୍ୟ ଖେଳାଇଥିବା ବିବେକାନନ୍ଦ ଜୀବନକୁ ନେଇ କିଛି ନୀତିବାଣୀ ଦେଇଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ। ଆଜି ସେହି ବାଣୀଗୁଡ଼ିକୁ ମନେପକାଇ ଚାଲନ୍ତୁ କାର୍ଯ୍ୟରେ ଲଗାଇବା।

ବିବେକାନନ୍ଦଙ୍କ କହିବା ଅନୁସାରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଦ୍ୟାର୍ଥୀର ପରିଚୟ ନେଇ ବଞ୍ଚି ଶିଖିବା ଉଚିତ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜୀବନ ମଣିଷକୁ ଶିକ୍ଷା ପ୍ରଦାନ କରିଥାଏ।

ସେ ଆହୁରି ବି କହିଛନ୍ତି କି ଗୋଟାଏ ସମୟରେ ଗୋଟାଏ କାମରେ ହିଁ ମନନିବେଶ କରିବା ଉଚିତ। ଫଳରେ ସେହି କାମରେ ସଫଳତା ମଳିବା ସହଜ ହୋଇଥାଏ।

ସ୍ୱାମୀ ବିବେକାନନ୍ଦଙ୍କ ଅନୁଯାୟୀ ଜଣେ ବ୍ୟକ୍ତିକୁ ଭିତରୁ ବାହାର ପର୍ଯ୍ୟନ୍ତ ବିକଶିତ ହେବା ଉଚିତ। ନିଜ ଆତ୍ମା ବ୍ୟତୀତ ଅନ୍ୟ କେହି ତୁମକୁ ଶିକ୍ଷିତ ବନାଇ ପାରିବେ ନାହିଁ।

କୌଣସି କଥାକୁ ନେଇ ବେଶି ଭାବିବା ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ବୋଲି ବିବେକାନ୍ଦ କହିଛନ୍ତି।

ସମସ୍ତ ଶକ୍ତି ସବୁ ମଣିଷଙ୍କ ପାଖରେ ରହିଛି। କିଏ କେଉଁ ଶକ୍ତିକୁ କିପରି ବ୍ୟବହାର କରୁୁଛି ତାହା ଉପରେ ଫଳାଫଳ ନିର୍ଭର କରେ।

ସେ ଆହୁରି ବି କହିଛନ୍ତି ଯେ ଚାଲିବା ବାଟରେ ଯଦି କିଛି ସମସ୍ୟା ନଆସେ ତେବେ ବୁଝିଯିବା ଉଚିତ ଯେ ତୁମେ ଏକ ଭୁଲ ରାସ୍ତାରେ ଯାଉଛ।

The post ସମସ୍ୟା ନଥିଲେ ବୁଝିଯିବା ଉଚିତ ଯେ ଆମେ ଭୁଲ୍‌ ରାସ୍ତାରେ ଚାଲୁଛନ୍ତି; ଏପରି ଆହୁରି କ’ଣ ସବୁ କହନ୍ତି ବିବେକାନନ୍ଦ? first appeared on Sambad.

from ବିଶେଷ | Sambad https://ift.tt/3zw0O5I

Post a Comment

0 Comments