ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ହେଲେ ଓଡିଆ ଆଇଏଏସ ମନୋଜ ପରିଡା

ନୂଆଦିଲ୍ଲୀ: ୧୯୮୬ ବ୍ୟାଚର ଏଜିଏମୟୁଟି କ୍ୟାଡର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଓଡିଆ ଅଧିକାରୀ ମନୋଜ କୁମାର ପରିଡାଙ୍କୁ ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପରିଡାଙ୍କ ନିଯୁକ୍ତି ପ୍ରସ୍ତାବକୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ ଆଜି ଅନୁମୋଦନ ପ୍ରଦାନ କରିଛି।

ଶ୍ରୀ ପରିଡା ଡିସେମ୍ବର ୨୦୧୮ରୁ ଚଣ୍ଡିଗଡ ପ୍ରଶାସକଙ୍କ ଉପଦେଷ୍ଟା ରୂପେ ଦାୟିତ୍ବ ତୁଲାଉଛନ୍ତି। ପୁର୍ବରୁ ଶ୍ରୀ ପରିଡା ଦିଲ୍ଲୀ ସରକାରରେ ଅନେକ ଗୁରୁତ୍ବପୁର୍ଣ୍ଣ ପଦରେ ଅବସ୍ଥାପିତ ଥିଲେ। ସେ ଦିଲ୍ଲୀ ସରକାରଙ୍କର ଗୃହ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ତଥା ସହରାଂଚଳ ବିଭାଗର ପ୍ରମୁଖ ସଚିବ ରୂପେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ଶ୍ରୀ ପରିଡା ପୁଡୁଚେରିର ମୁଖ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବା ସହିତ ଆଣ୍ଡାମାନ ନିକୋବାର, ଅରୁଣାଚଳ ପ୍ରଦେଶ, ଗୋଆ ଓ ଓଡ଼ିଶାରେ ମଧ୍ୟ କାର୍ଯ୍ୟ କରିଛନ୍ତି।

The post ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ହେଲେ ଓଡିଆ ଆଇଏଏସ ମନୋଜ ପରିଡା first appeared on Sambad.

from ବିଶେଷ | Sambad https://ift.tt/35yHOpk

Post a Comment

0 Comments