
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ଅନେକ ପ୍ରେମିକ ବିବାହ ପ୍ରସ୍ତାବ ଦେବା ପାଇଁ ରେସ୍ତୋରାଁକୁ ନେଇ ପ୍ରେମିକାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ କରନ୍ତି ତ ଆଉ କେତେକ କେକ ଭିତରେ ୱେଡିଂ ରିଙ୍ଗ ଖଞ୍ଜି ବିବାହ ପ୍ରସ୍ତାବ ଦେଇଥାଆନ୍ତି। ତେବେ ନିକଟରେ ଏକ ଖବର ଆସିଛି କି ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଗୁପଚୁପ ଭିତରେ ମୁଦି ଭରି ବିବାହ ପ୍ରସ୍ତାବ ଦେଇଛନ୍ତି।
ହାନାନ ଜଣେ ପିଏଚଡି ଛାତ୍ରୀ। ତାଙ୍କ ପ୍ରେମିକ ତାଙ୍କୁ ଗୁପଚୁପ ଭିତରେ ମୁଦି ପୂରାଇ ବିବାହ ପ୍ରସ୍ତାବ ଦେଇଛନ୍ତି। ହନାନ ଏହି ସ୍ନେହଭରା ମୁହୂର୍ତ୍ତର ଫଟୋକୁ ଟୁଇଟରେ ସେୟାର କରିଛନ୍ତି।

i mean,, can’t say no to pani puri
Gol gappay or pani puri are enjoyed by everyone and they are a real treat. But none of us would have imagined getting proposed through gol gappay. This man is doing things differently and after bizarre food proposals, pic.twitter.com/OwvGFc1Jd4— MonthlyAndazeJahan (jiddat group of publications) (@e_monthly) June 3, 2021
ପ୍ରେମିକଙ୍କ ପ୍ରେମିକାଙ୍କ ପ୍ରତି ଏଭଳି ଗୁପଚପ ବାଲା ଭଲପାଇବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେବା ସହିତ ଏହି ପ୍ରେମିଯୁଗଳଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।
The post ବିବାହ ପ୍ରସ୍ତାବ ପାଇଁ ଅଦ୍ଭୁତ ଉପାୟ; ଗୁପଚୁପ ଭିତରେ ମୁଦି ରଖି ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ first appeared on Sambad.from ବିଶେଷ | Sambad https://ift.tt/3wg8x5L
0 Comments