ବୃଦ୍ଧଙ୍କ ଅଦ୍ଭୁତ ଦାବି: କରୋନା ଦ୍ବିତୀୟ ଡୋଜ ନେବା ପରେ ଶରୀରରେ ଦେଖା ଦେଇଛି ଚୁମ୍ବକୀୟ ଶକ୍ତି

ନାସିକ: କୋଭିଡ ଟିକା ନେବା ପରେ କାହାକୁ ଜ୍ବର ହେଉଛି ତ କାହାକୁ ଦୁର୍ବଳ ଲାଗୁଥିବା ଶୁଣିବାକୁ ମିଳିଥିଲା। ନିକଟରେ ଜଣେ ବ୍ୟକ୍ତି କରୋନାର ଦ୍ବିତୀୟ ଟିକା ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଥିବା ଖବର ଆସିଛି।
ନାସିକରେ ବସବାସ କରୁଥିବା ଅରବିନ୍ଦ ସୋନାର ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି କି, ତାଙ୍କ ଶରୀରରେ ଯେକୌଣସି ଲୁହା ଜିନିଷ ଲଗାଇଲେ ତାହା ଲାଖି ଯାଉଛି।

ଅରବିନ୍ଦ ଘରେ ବସିଥିବା ବେଳେ ହଠାତ ଏକ ଲୁହ ଜିନିଷ ତାଙ୍କ ଶରୀରରେ ଲାଖି ଯାଇଥିଲା। ସେ ଭାବିଲେ ବୋଧ ହୁଏ ଗରମ ହେତୁ ଶରୀରରେ ଝାଳ ବାହାରୁଛି ଯେଉଁ କାରଣ ପାଇଁ ଯେକୌଣସି ଲୁହା ସାମଗ୍ରୀ ତାଙ୍କ ଶରୀରରେ ଲଟିକି ଯାଉଛି। କିନ୍ତୁ ଝାଳ ନଥିବା ବେଳେ ବି ତାଙ୍କ ଶରୀରରେ ସାମଗ୍ରୀ ଲାଖିଯିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଳେ କିଏ ତାଙ୍କ ଏହି କଥାକୁ ବିଶ୍ବାସ କରିବ କି ନାହିଁ ସେଥିପାଇଁ ସେ ଏକ ଭିଡିଓ ରେକର୍ଡ କରି ସେୟାର କରିଛନ୍ତି।

ଅରବିନ୍ଦ ସୋନାର ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଲୁହାର ପ୍ଲେଟ, ଚାମଚ ଓ ମୁଦ୍ରା ଆଦି ତାଙ୍କ ଶରୀରରେ ଲାଖି ଯାଉଛି।

Arvind Sonar| Nashik man claims he got magnetic powers after taking second dose of COVID-19 vaccine - Watch Viral Video | Trending & Viral News
Times Now

ଏହି ଭିଡିଓ ଭାଇରାଲ ହେବାପରେ ନାସିକ ମ୍ୟୁନିସିପାଲ କର୍ପୋରେସନର ଡାକ୍ତର ସୋନାରଙ୍କ ଘରେ ପହଞ୍ଚି ତାଙ୍କୁ ଟିକନିଖ ପଚାରି ବୁଝିଥିଲେ। ତେବେ ତଦନ୍ତ ପରେ ଯାଇ ସୋନାରଙ୍କ ସହିତ ଏପରି କାହିଁକି ଘଟୁଛି ତାହା କୁହାଯାଇ ପାରିବ ବୋଲି ଡାକ୍ତର ଅଶୋକ ଥୋରାଟ କହିଛନ୍ତି।

 

The post ବୃଦ୍ଧଙ୍କ ଅଦ୍ଭୁତ ଦାବି: କରୋନା ଦ୍ବିତୀୟ ଡୋଜ ନେବା ପରେ ଶରୀରରେ ଦେଖା ଦେଇଛି ଚୁମ୍ବକୀୟ ଶକ୍ତି first appeared on Sambad.

from ବିଶେଷ | Sambad https://ift.tt/3iAOPO9

Post a Comment

0 Comments