ପକ୍ଷୀ ଥଣ୍ଟରେ ମୁହଁ ଲଗାଇ କୃତ୍ରିମ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭୟ କର ନି, ତୁ ବଞ୍ଚିଯିବୁ, ପୁଣି ଆକାଶରେ ଡେଣା ହଲାଇ ଉଡିବୁ। ମୁଁ ତୋ ଭିତରେ ଭରି ଦେବି କୃତ୍ରିମ ଅମ୍ଳଜାନ। ନିକଟରେ ଜଣେ ବ୍ୟକ୍ତି ଜୀବନ ଯୁଦ୍ଧରେ ଲଢ଼ୁଥିବା ପକ୍ଷୀକୁ କିଛି ଏପରି କହି ତାର ଭିତରେ କୃତ୍ରିମ ଅମ୍ଳାଜାନ ଭରି ଜୀବନ ବଞ୍ଚାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ କ୍ଲିପ ଖୁବ ଭାଇରାଲ ହେଉଛି।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସନ୍ଦୀପ ତ୍ରିପାଠୀ ଜୁନ ୮ ତାରିଖରେ ସେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି, ଏକ ପକ୍ଷୀକୁ ନୂଆ ଜୀବନ ଦେବାର ହୃଦୟସ୍ପର୍ଶୀ କାହାଣୀ। ଏହି ଖବର ରିପୋର୍ଟ କଲା ଯାଏଁ  ଭିଡିଓକୁ ୯୦ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨ହଜାର ଜଣ ଲାଇକ ବି କରିଛନ୍ତି।

 

ଭିଡିଓରେ ଦେଖିବାକୁ ମିଳୁଛି ଏକ ପକ୍ଷୀ ସୁଇମିଂ ପୁଲ ପାଖରେ ଅଚେତ ଅବସ୍ଥାରେ ପଡ଼ିଛି। ଜଣେ ବ୍ୟକ୍ତି ଉକ୍ତ ପକ୍ଷୀକୁ ହାଲୁକା ଭାବେ ଚାପ ଦେଉଛନ୍ତି। ପକ୍ଷୀକୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା। ବ୍ୟକ୍ତିଜଣଙ୍କ ନିଜ ମୁହଁକୁ ପକ୍ଷୀ ମୁହଁରେ ଦେଇ ନିଶ୍ବାସ ଭରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ଏୟାର କମ୍ପ୍ରେସରର ବ୍ୟବହାର କରୁଛନ୍ତି। ତା’ପରେ ଯାଇ ପକ୍ଷୀଟି ପୁଣି ଜୀବନ ଫେରି ପାଇ ପାରୁଛି।

The post ପକ୍ଷୀ ଥଣ୍ଟରେ ମୁହଁ ଲଗାଇ କୃତ୍ରିମ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3xfPXeh

Post a Comment

0 Comments