
ନୂଆଦିଲ୍ଲୀ: ଅନେକ ଲୋକ ସୋସିଆଲ ମିଡିଆରେ ଅଭିଯୋଗ କରୁଥିଲେ ଯେ, ସେମାନେ କରୋନା ଟିକାକରଣ ପାଇଁ ସ୍ଲଟ୍ ବୁକ୍ କରିପାରୁ ନାହାଁନ୍ତି କାରଣ କୋଉଇନ ପୋର୍ଟାଲ୍ ସେମାନଙ୍କୁ ବ୍ଲକ କରିଛି। ବ୍ଲକ ହୋଇଥିବା ବ୍ୟକ୍ତିମାନଙ୍କ ପାଖକୁ ଏକ ମେସେଜ ଆସୁଛି ଯେ, “ଆମର ସନ୍ଧାନ ସୀମା ଅତିକ୍ରମ କରିବା ହେତୁ ଆପଣଙ୍କୁ ବ୍ଲକ କରାଯାଇଛି, ଦୟାକରି ଆମର ସେବା ସର୍ତ୍ତାବଳୀ ପଢନ୍ତୁ |” ଏବେ ସୋସିଆଲ ମିଡ଼ିଆରେ ହେଉଥିବା ଏହି ଅଭିଯୋଗକୁ ଏକ ରିପୋର୍ଟ ନିଶ୍ଚିତ କରିଛି | ରିପୋର୍ଟରେ କୁହାଯାଇଛି ଯେ, ସ୍ଲଟ୍ ବୁକିଂ ଏବଂ ଓଟିପି ପାଇଁ ଲୋକେ ଅତ୍ୟଧିକ ସର୍ଚ୍ଚ କରିବା ପରେ କୋଉଇନ ବ୍ୟବହାରକାରୀଙ୍କୁ ବ୍ଲକ କରୁଛି |
ମିଳିଥିବା ସୂଚନା ମୁତାବକ, ଯେଉଁମାନେ ୨୪ଘଣ୍ଟାରେ ୧୦୦୦ରୁ ଅଧିକ ଥର ସ୍ଲଟ ବୁକିଂ ପାଇଁ ସର୍ଚ୍ଚ କରୁଛନ୍ତି ଏବଂ ୫୦ରୁ ଅଧିକ ଥର ଓଟିପି ଜେନେରେଟ କରୁଛନ୍ତି, ସେମାନଙ୍କ ଆକାଉଣ୍ଟକୁ କୋଉଇନ ପୋର୍ଟାଲ୍ ବ୍ଲକ କରୁଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି | ଏଥିସହ, ଯେଉଁମାନେ ୧୫ ମିନିଟ୍ ମଧ୍ୟରେ ୨୦ ରୁ ଅଧିକ ଥର ସ୍ଲଟ ବୁକିଂ ପାଇଁ ସର୍ଚ୍ଚ କରୁଛନ୍ତି ସେମାନଙ୍କୁ ବ୍ଲକ କରାଯାଉଛି | ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୬,୦୦୦ ଉପଭୋକ୍ତାଙ୍କୁ ବ୍ଲକ କରାଯାଇସାରିଛି।
ଯଦି ଆପଣଙ୍କ ଆକାଉଣ୍ଟ ବ୍ଲକ ହୋଇଯାଏ ତେବେ ବାରମ୍ବାର ଲଗ ଇନ କରିବାକୁ ଚେଷ୍ଟା ନକରି ୨୪ଘଣ୍ଟା ଅପେକ୍ଷା କରନ୍ତୁ | ଏହା ସହ ଆପଣ ମଧ୍ୟ ୧୦୭୫ନମ୍ବରକୁ କଲ କରି ସାହାଯ୍ୟ ମାଗିପାରିବେ |
The post ସ୍ଲଟ ବୁକିଂ ପାଇଁ ଅଧିକ ସର୍ଚ୍ଚ କଲେ ଆକାଉଣ୍ଟ ବ୍ଲକ କରୁଛି କୋଉଇନ ପୋର୍ଟାଲ୍, ଜଣାନ୍ତୁ ସ୍ଲଟ ସର୍ଚ୍ଚ କରିବାର ସୀମା first appeared on Sambad.from ବିଶେଷ | Sambad https://ift.tt/3cziZgO
0 Comments