ମଜାଳିଆ ଦୃଶ୍ୟ: ବାରମ୍ବାର କହିବା ସତ୍ତ୍ବେ ବ୍ୟକ୍ତିଙ୍କୁ ବିନା ମାସ୍କରେ ବୁଲୁଥିବା ଦେଖି ମହିଳା ପୁଲିସ କନେଷ୍ଟବଳ କଲେ ଆଳତୀ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର ପ୍ରଭାବ ଦେଶରେ ଏବେ ବି ରହିଛି। ତେବେ କିଛି ପରିମାଣରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ବି ବିପଦ ରହିଛି। ଅନେକ ରାଜ୍ୟରେ ଲକଡାଉନ ଶେଷ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଧୀରେଧୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହା ସତ୍ତ୍ବେ ବି ଲୋକମାନଙ୍କୁ ମାସ୍କ ଲଗାଇବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବା ଆଦି ନିୟମ ମାନିବାକୁ ସରକାର ଅନୁରୋଧ କରୁଛନ୍ତି। କାରଣ ଏସବୁ ନିୟମ ମାନିଲେ ହିଁ ଦେଶ କରୋନା ମୁକ୍ତ ହୋଇପାରିବ।

ତେବେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଲକଡାଉନ ଶେଷ ହେବାପରେ ମାସ୍କ ଲଗାଇବା ସହିତ ସାମାଜିକ ଦୂରତା ରକ୍ଷା କରିବା ନିମୟକୁ ଭୁଲି ଯାଉଛନ୍ତି। ବହୁତ ଲୋକ ବିନା ମାସ୍କରେ ଘରୁ ବାହାରି ବାହାରେ ବୁଲୁଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ବିନା ମାସ୍କରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ମହିଳା କନେଷ୍ଟବଳ ଉକ୍ତ ବ୍ୟକ୍ତିଙ୍କ ସହିତ ଯାହା କରିଛନ୍ତି ତାକୁ ଦେଖି ଯେକେହି ବି ହସିହସି ବେଦମ ହୋଇଯିବ।

ଭାଇରାଲ ଏହି ଭିଡିଓକୁ ଆଇପିଏସ ଅଧିକାରୀ ଭୀଷମ ସିଂହ ଟୁଇଟରେ ସେୟା।ର କରିଛନ୍ତି। ସେ ଏହାକୁ ସେୟାର କରିବା ସହିତ ମଜାଳିଆ କ୍ୟାପସନ ବି ଦେଇ ଲେଖିଛନ୍ତି, ମାସ୍କ ଲଗେଇ ଦିଅ ପ୍ରଭୂ ମାସ୍କ ଲଗେଇ ଦିଅ।

 

ମହିଳା କନେଷ୍ଟବଳ ଉକ୍ତ ମାସ୍କ ଲଗାଇ ନଥିବା ବ୍ୟକ୍ତିଙ୍କୁ ଚନ୍ଦନ ଟିକା ଲଗାଇ ଆଳତୀ କରୁଛନ୍ତି। ଏଥିସହିତ କହୁଛନ୍ତି, ମାସ୍କ ଲଗାଇ ଦିଅ ପ୍ରଭୂ ମାସ୍କ ଲଗାଇ ଦିଅ। କନେଷ୍ଟବଳଙ୍କ ଏଭଳି କାମ ଦେଖି ବ୍ୟକ୍ତି ଜଣକ ଅପମାନିତ ହୋଇ ଲାଜେଇ ଯାଇ ଚୁପଚାପ ତଳକୁ ମୁଣ୍ଡ କରି ଛିଡା ହୋଇଥିଲେ।

The post ମଜାଳିଆ ଦୃଶ୍ୟ: ବାରମ୍ବାର କହିବା ସତ୍ତ୍ବେ ବ୍ୟକ୍ତିଙ୍କୁ ବିନା ମାସ୍କରେ ବୁଲୁଥିବା ଦେଖି ମହିଳା ପୁଲିସ କନେଷ୍ଟବଳ କଲେ ଆଳତୀ first appeared on Sambad.

from ବିଶେଷ | Sambad https://ift.tt/3vlM2Ls

Post a Comment

0 Comments