
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଗଧାଡିର ସମାଜସେବୀ ବିନୋଦ ଆଜି ପୁଣି ଜଣେ ମୁଖ କର୍କଟରେ ପୀଡିତ ଥିବା ମହିଳାଙ୍କୁ ଅସ୍ତ୍ରୋପଚାର ପାଇଁ ସହଯୋଗର ହାତ ବଢାଇଛନ୍ତି। ସଂପୃକ୍ତ ମହିଳାଙ୍କୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଅସ୍ତ୍ରୋପଚାର ପାଇଁ ସମସ୍ତ ଖର୍ଚ୍ଚ ସେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣିରେ ବାସ କରୁଥିବା ଫକିରି ଖେଳୁଆଡସିଂ(୬୫) ମୁଖ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେଲା କଷ୍ଟ ପାଉଛନ୍ତି। ସେ କେବଳ ପାନୀୟ ଜଳରେ ହିଁ ବଂଚି ରହିଛନ୍ତି। ଖାଦ୍ୟ ଖାଇ ପାରୁନଥିବାରୁ ସ୍ବାସ୍ଥ୍ୟ ମଧ୍ୟ ଧିରେ ଧିରେ ବିଗିଡିବାରେ ଲାଗିଲାଣି। ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବା ସହ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାଙ୍କର ଦ୍ବିତୀୟ ଷ୍ଟେଜ ରହିଥିବା ବେଳେ ଅସ୍ତ୍ରୋପଚାର ପରେ ସେ ଭଲ ହୋଇଯିବେ ଏବଂ ସାମାନ୍ୟ ଜୀବନଯାପନ କରିପାରିବେ ବୋଲି ଡାକ୍ତର କହିଛନ୍ତି।
ତେବେ ଘରେ ଆର୍ଥିକ ଅନଟନ ଲାଗି ରହିଥିବା ବେଳେ ପୁଅ ଗୋଟିଏ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳେ। ଏବେ ଲକଡାଉନ ଯୋଗୁଁ ଶିଶୁ ମନ୍ଦିର ମଧ୍ୟ ବନ୍ଦ ପଡିଛି। କାମଧନ୍ଦା ନଥିବାରୁ ଘରେ ଏବେ ସଂକଟ ବଢିଯାଇଛି। ତେବେ ମାଲକାନଗିରି ଜିଲ୍ଲାର ସମାଜସେବୀ ବିନୋଦଙ୍କ ବିଷୟରେ ପରିବାର ଲୋକେ ଖବର ପାଇବା ପରେ ତାଙ୍କ ପୁଅ ବିନୋଦଙ୍କୁ ଦେଖା କରି ନିଜର ଦୁଃଖ ବଖାଣିଥିଲେ। ବିନୋଦ ତୁରନ୍ତ ବୃଦ୍ଧା ଫକିରାଙ୍କ ସହ ଫୋନ ଯୋଗେ କଥା ହୋଇଥିବା ବେଳେ ସେ ମୋତେ ବଂଚାଇ ଦିଅ ବୋଲି ବିନୋଦଙ୍କୁ ନେହୁରା ହୋଇଥିଲେ। ବିନୋଦ ତୁରନ୍ତ କଟକ ଯିବା ପାଇଁ ୪୦ ହଜାର ଟଙ୍କା ଦେବା ସହ ଅସ୍ତ୍ରୋପଚାରରେ ଯାହା ଖର୍ଚ୍ଚ ହେବ ସେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ବିନୋଦଙ୍କ ଏହି ମହନାତାଙ୍କୁ ଯୋଗୁଁ ସାରା ଜିଲ୍ଲା ସମେତ ଛତିଶଗଡ ଏବଂ ବିଭିନ୍ନ ଜିଲ୍ଲାରେ ଏବେ ସେ ସୋନୁ ସୁଦ ଭାବେ ପରିଚିତ ହୋଇଯାଇଛନ୍ତି। ତାଙ୍କର ବଦାନ୍ୟତା ଯୋଗୁଁ ବହୁ ଗରିବ ପରିବାର ଏବେ ସୁଧୁରୁଥିବା ଦେଖିବାକୁ ମିଳିଛି।
The post ମୁଖ କର୍କଟରେ ପୀଡିତ ଥିବା ମହିଳାଙ୍କୁ ୪୦ ହଜାର ଟଙ୍କା ଦେବା ସହ ଅସ୍ତ୍ରୋପଚାରର ସମସ୍ତ ଖର୍ଚ ବହନ କରିବେ ବିନୋଦ first appeared on Sambad.from ବିଶେଷ | Sambad https://ift.tt/3g2aqMN
0 Comments