ହଜାରିବାଗରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ; କିଏ ଏଲିଅନ କହୁଛି ତ ଆଉ କିଏ ଭୂତ!

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକେ ଏହି ଦୃଶ୍ୟକୁ ଦେଖି ଏଲିଅନ ବୋଲି କହୁଛନ୍ତି। ତେବେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘଟଣାଟି କାଟକାମସାଣ୍ଡି-ଛାତ୍ରା ରୋଡରେ ଥିବା ଛାଡ୍ଡାମା ଡ୍ୟାମ ପାଖରେ ନିର୍ମିତ ହୋଇଥିବା ନୂଆ ପୋଲ ନିକଟସ୍ଥ ଜଙ୍ଗଲିଆ ରାସ୍ତାରେ ଗତ ଶୁକ୍ରବାର ଘଟିଛି। ତେବେ ଏହି ଘଟଣାର ଭିଡିଓ ଓ ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ପୂରାପୂରି ଅନ୍ଧାର ରାସ୍ତା ରହିଛି। ମଟରସାଇକେଲ ହେଡଲାଇଟ ପଡ଼ିବା ପରେ ରାସ୍ତାପାର୍ଶ୍ବରେ ଏକ ଅଦ୍ଭୁତ ଆକୃତିର ଜଣେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଦୁଇଜଣ ମଟରସାଇକେଲ ଆରୋହୀ ଏଦୃଶ୍ୟ ଦେଖି ତୁରନ୍ତ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ସେ ସ୍ଥାନ ଦେଇ ଯାଉଥିବା ଆଉ ଦୁଇଜଣ ମଟରସାଇକେଲ ଆରୋହୀ ଘଟଣାସ୍ଥଳରେ ଅଟକି ଯାଇ ଏହି ଦୃଶ୍ୟକୁ କୈଦ କରି ନେଇଥିଲେ।

ତେବେ କିଏ ଏହି ଦୃଶ୍ୟ ଦେଖି ଏଲିଅନ କହୁଥିବା ବେଳେ ଆଉ କିଏ ଏହାକୁ ଭୂତ ବୋଲି କହୁଛନ୍ତି।
ଏହି ଘଟଣାକୁ ନେଇ ପ୍ରଶାସନ କହୁଛି, ଏଭଳି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ସେହିପରି ଆଉ କିଛିଲୋକେ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏହାକୁ ଏଡିଟିଂ କରି ଏପରି କରାଯାଇଥିବା କୁହାଯାଉଛି।

 

The post ହଜାରିବାଗରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ; କିଏ ଏଲିଅନ କହୁଛି ତ ଆଉ କିଏ ଭୂତ! first appeared on Sambad.

from ବିଶେଷ | Sambad https://ift.tt/3yKDoJz

Post a Comment

0 Comments