
ଭୁବନେଶ୍ବର : ମ୍ୟୁକରମାଇକୋସିସ ଆଖି ପାଇଁ ବଡ଼ ବିପଦର କାରଣ ହେଲାଣି। ମହାରାଷ୍ଟ୍ରର ୨ ହଜାର ଲୋକଙ୍କଠାରେ ଏହା ଚିହ୍ନଟ ହୋଇଥିବାବେଳେ ଅନେକ ଜଣଙ୍କଠାରେ ଆଖିରେ ଏହି ସମସ୍ୟା ଦେଖାଯାଉଛି। ଏହା ୩ରୁ୫ ଦିନ ମଧ୍ୟରେ ନାକରୁ ଯାଇ ଆଖି ଗହ୍ବରକୁ ପ୍ରବେଶ କଲେ ରକ୍ତ ପ୍ରବାହ ହୋଇ ପାରେ ନାହିଁ। ଟିସୁକୁ ପଚାଇଦିଏ। ଏହା ଫଳରେ ଆଖିର ସ୍ନାୟୁକୁ ବନ୍ଦ କରିଦିଏ ଏବଂ ଦୃଷ୍ଟିଶକ୍ତି ଚାଲିଯାଏ ବୋଲି କହିଛନ୍ତି ଏମ୍ସ ଆଖି ରୋଗ ବିଶେଷଜ୍ଞ ଡାକ୍ତର ଭାଗୀରଥି ନାଏକ। ସେ କହିଛନ୍ତି, ଯେଉଁ କୋଭିଡ ଆକ୍ରାନ୍ତଙ୍କୁ ଷ୍ଟେରଏଡ୍ ଦିଆଯାଉଛି, ପ୍ରତି ସପ୍ତାହରେ ଇଏନ୍ଟି ଡାକ୍ତରଙ୍କ ପକ୍ଷରୁ ତାଙ୍କର ନାଜାଲ ପରୀକ୍ଷା ହେବା ଉଚିତ। ଦ୍ବିତୀୟତଃ ମଧୁମେହ ରୋଗୀଙ୍କ ଆଖି ଲାଲ ପଡ଼ିବା, ପାଣି ଗଡ଼ିଲେ କିମ୍ବା ଫୁଲିଲେ ତୁରନ୍ତ ତାଙ୍କର ସିଟି ସ୍କାନ୍ କରିବା ଉଚିତ। ଔଷଧ ଏବଂ ଅସ୍ତ୍ରୋପଚାର ଉପାୟରେ ଏହାର ଉପଚାର ସମ୍ଭବ।
The post ମ୍ୟୁକରମାଇକୋସିସ ଆଖିର ଗହ୍ବର ପ୍ରବେଶ କଲେ ବିପଦ first appeared on Sambad.from ବିଶେଷ | Sambad https://ift.tt/3obAZTe
0 Comments