ଜାଣନ୍ତୁ ଗୁରୁବାର କ’ଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି?

ଗୁରୁବାର ମାଆ ଲକ୍ଷ୍ମୀଙ୍କୁ ପ୍ରୀତ କରାଇବା ପାଇଁ ଭକ୍ତମାନେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ତେବେ, ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କ’ଣ କୌଣସି ପ୍ରକ୍ରିୟା ବା ପନ୍ଧତିର ଆବଶ୍ୟକତା ରହିଛି କି ? ଯଦି କିଛିର ଆବଶ୍ୟକତା ରହିଛି ତାହା ହେଉଛି ସ୍ନେହ ଓ ଉତ୍ସର୍ଗ। ଭକ୍ତି ଭାବ ଦ୍ୱାରା ଜଗତ୍‌ଜନନୀ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଜୟ କରାଯାଇ ପାରିବ। ତେବେ, ଚାଲନ୍ତୁ ଜାଣିବା ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ଆମକୁ କ’ଣ କରିବାକୁ ହେବ।

କେବଳ ଭକ୍ତି ଦ୍ୱାରା ସଫଳତା ନୁହେଁ। କଠିନ ପରିଶ୍ରମ ଦ୍ୱାରା ହିଁ ନିଜ ସ୍ୱପ୍ନକୁ ହାତ ମୁଠାରେ ଆଣିବା ସମ୍ଭବ ହୋଇଥାଏ। ପଶୁଙ୍କ ପରି ନବୁଝି ନସୁଝି କାର୍ଯ୍ୟ କରିବାର ମାନେ କିଛି ନାହିଁ। କାର୍ଯ୍ୟର ଗୁରୁତ୍ୱ ବୁଝି ପରିଶ୍ରମ କରିବା ଦ୍ୱାରା ହିଁ ଲକ୍ଷ୍ମୀଙ୍କ ଆଶୀର୍ବାଦ ଜୟ କରାଯାଇ ପାରିବ।

କେବଳ ସେତିକି ନୁହେଁ, ଆପଣ ଯେତେ ବି ପରିଶ୍ରମ କରନ୍ତୁ। ଯଦି ଆପଣଙ୍କ ମନରେ ଅତିଥିଙ୍କ ପ୍ରତି ସମ୍ମାନ ନାହିଁ ତେବେ କେବେ ବି ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ନାହିଁ। ଘରର ଅତିଥି ଦେବତା ତୁଲ୍ୟ ହୋଇଥାନ୍ତି। ସେମାନଙ୍କୁ ସମ୍ମାନ ଦେଲେ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି।

ଘରର ମହିଳାଙ୍କ ଉପରେ ହାତ ଉଠାଇଲେ ବା ସେମାନଙ୍କୁ ଗାଳି ଗୁଲଜ କଲେ ଲକ୍ଷ୍ମୀ ଘର ପଶନ୍ତି ନାହିଁ। ଘରର ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିଲେ ମାଆ ଲକ୍ଷ୍ମୀ ସେ ଘର ଛାଡ଼ି ଯାଆନ୍ତି ନାହିଁ।

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟ ଜୀବନ ଦର୍ଶନ ଉପରେ ଅନେକ ନୀତି ଶିକ୍ଷା ଦେଇ ଯାଇଥିବା ବେଳେ ଏହା ହେଉଛି ତାଙ୍କ ଶିକ୍ଷା ଭିତରୁ ଅନ୍ୟତମ। ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଉପରୋକ୍ତ ପ୍ରକ୍ରିୟାଗୁଡ଼ିକ ଚାଣକ୍ୟ କହି ଯାଇଛନ୍ତି।

The post ଜାଣନ୍ତୁ ଗୁରୁବାର କ’ଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି? first appeared on Sambad.

from ବିଶେଷ | Sambad https://ift.tt/3hndYLx

Post a Comment

0 Comments