
ଗୌହ୍ବାଟୀ: ଆସାମରେ ଏବେ ନୂଆ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ବଶର୍ମା। ସବୁଠାରୁ ମଜାଦାୟକ କଥା ହେଉଛି ସେ ଦିନେ ଆସମର ମୁଖ୍ୟମନ୍ତ୍ରୀ ହେବେ ବୋଲି ୩୦ ବର୍ଷ ତଳୁ ନିଜ ପତ୍ନୀ ରିଙ୍କି ଭୁଇଁୟାଙ୍କୁ କହିଥିଲେ। ତାଙ୍କୁ ସେତେବେଳେ ୨୨ ବର୍ଷ ବୟସ ହୋଇଥିଲା ଯେତେବେଳେ ସେ ନିଜକୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଆସନରେ ଦେଖି ପାରିଥିଲେ।
ସେତେବେଳେ ତାଙ୍କ ପତ୍ନୀ ରିଙ୍କିଙ୍କୁ ୧୭ ବର୍ଷ ବର୍ୟସ ହୋଇଥିଲା ଓ ସେ ନିଜେ ଗୌହ୍ବାଟୀର କଟନ୍ କଲେଜ୍ରେ ଛାତ୍ର ଥିଲେ। ନିଜ ପତ୍ନୀଙ୍କୁ ବିଶ୍ବଶର୍ମା ବିବାହ ପୂର୍ବରୁ କହିଥିଲେ କି ‘ତୁମ ମାଆଙ୍କୁ କହିଦିଅ ଯେ ମୁଁ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବି।’
ଏ ନେଇ ତାଙ୍କ ପତ୍ନୀ ରିଙ୍କି ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି କି ‘ସେ ଭବିଷ୍ୟତରେ କ’ଣ ହେବାକୁ ଚାହାନ୍ତି ତାହାକୁ ନେଇ ବେଶ୍ ନିଶ୍ଚିତ ଥିଲେ। ଯାହା ଆଜକୁ ୩୦ ବର୍ଷ ତଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିବା ବେଳେ ସେ ମୋତେ କହିଥିଲେ ତାହା ଆଜି ସତ ହୋଇଛି।’
ସେ ଆହୁରି ବି କହିଛନ୍ତି ଯେ ‘ ମେ ୯ ତାରିଖରେ ସେ ଘରକୁ ଫେରିଲେ ଓ ମୋତେ କହିଲେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ମିଳିଲା। ମୁଁ ପଚାରିଲି, କାହାକୁ? ସେ କହିଲେ, ମୋତେ।’
The post ଦିନେ ଆସମର ମୁଖ୍ୟମନ୍ତ୍ରୀ ହେବେ ବୋଲି ୩୦ ବର୍ଷ ତଳୁ ନିଜ ପତ୍ନୀଙ୍କୁ କହିଥିଲେ ହିମନ୍ତ ବିଶ୍ବଶର୍ମା first appeared on Sambad.
from ବିଶେଷ | Sambad https://ift.tt/2QaS4jw
0 Comments