କରୋନାରେ ମୃତ ମାଲିକ ଜୁଇକୁ ଅନାଇ ସପ୍ତାହେ କାଳ ବସିରହିଲା ପୋଷା କୁକୁର

ପାଟ୍‌ନା: କରୋନା ଭାଇରସ୍‌ରେ ଜୀବନ ଯାଉଥିବା ଆକ୍ରାନ୍ତଙ୍କ ପାଇଁ କେବଳ ତାଙ୍କ ପରିବାର ଲୋକ ନୁହଁନ୍ତି, ଅନେକ ସମୟରେ ସେମାନଙ୍କ ପୋଷ୍ୟ ପଶୁ ବି ଦୁଃଖ କରିଥାନ୍ତି ବୋଲି ଆପଣ ଜାଣନ୍ତି କି? ବିହାରର ଗୟାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ଜିଲ୍ଲାର ଏକ ଛୋଟ ସହର ଶେରଗାଟୀର ଏକ ଖୋଲା ଶବଦାହସ୍ଥଳୀରେ କରୋନାରେ ମୃତ୍ୟୁ ବରଣ କରିଥିବା ନିଜ ମାଲିକର ଜୁଇକୁ ଅନାଇ ଏକ ପୋଷା କୁକୁର ପ୍ରାୟ ସପ୍ତାହ ଧରି ବସି ରହିବା ଦୃଶ୍ୟ ସଭିଙ୍କୁ ଚକିତ କରିଛି।

ସ୍ଥାନୀୟ ବ୍ୟବସାୟୀ ତଥା ସମାଜସେବୀ ସଞ୍ଜୟ ଗୁପ୍ତା କୁହନ୍ତି, ‘ପ୍ରାରମ୍ଭରେ ଆମେ ଭଗବାନ୍ ଥାଥେରାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏ ବିଷୟରେ କିଛି ଜାଣିନଥିଲୁ। ମାତ୍ର ଦୁଇ ଦିନ ପରେ କିଛି ସ୍ଥାନୀୟ ଯୁବକ ଆମକୁ ଜଣାଇଲେ ଯେ ତାଙ୍କ ପୋଷା କୁକୁର ତାଙ୍କ ଶବଦାହ ସ୍ଥାନ ନିକଟରେ ବସିଛି। ଅନ୍ୟ ଦୁଇ ଜଣକ ଲୋକଙ୍କ ସହ ମିଶି ‌ମୁଁ ସେ କୁକୁରଟିକୁ‌ ସେଠାରୁ ଉଠାଇ ଆଣିବାକୁ ଚେଷ୍ଟା କଲି। ମାତ୍ର ସେ ସେହି ସ୍ଥାନ ଛାଡ଼ି ଯିବାକୁ ନାରାଜ ଥିଲା। ଏହା ତା’ର ନିଜ ମାଲିକାଣୀଙ୍କ ପ୍ରତି ସ୍ନେହ ଅଟେ।’

The post କରୋନାରେ ମୃତ ମାଲିକ ଜୁଇକୁ ଅନାଇ ସପ୍ତାହେ କାଳ ବସିରହିଲା ପୋଷା କୁକୁର first appeared on Sambad.

from ବିଶେଷ | Sambad https://ift.tt/3bpbnNo

Post a Comment

0 Comments